
ରସୁଲପୁର : ରସୁଲପୁର ବ୍ଲକ ଅଧୀନ ଓଡ଼ିଶୋ ପଞ୍ଚାୟତ ମାନପୁର ଗାଁର ପରିବା ବ୍ୟବସାୟୀ ନାରାୟଣ ପଣ୍ଡାଙ୍କ ଝିଅ ସଂଘମିତ୍ରା ପଣ୍ଡା ଉତ୍କଳ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଷୟ ସ୍ନାତକୋତ୍ତର ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବିଶ୍ୱବିଦ୍ୟାଳୟ ତରଫରୁ ଆୟୋଜିତ ଏକ ସମାବର୍ତ୍ତନ ଉତ୍ସବରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଠାରୁ ପଦକ ସହ ପ୍ରମାଣପତ୍ର ହାସଲ କରିଛନ୍ତି । ଏଥିସହ ତାଙ୍କର ଚୟସ ବେସଡ୍ କ୍ରେଡିଟ୍ ସିଷ୍ଟମ ଜରିଆରେ କରାଯାଇଥିବା ର୍ୟାକିଂରେ ତାଙ୍କୁ ଭକ୍ତକବି ମଧୁସୂଦନ ରାଓ ମେମୋରିଆଲ ସଂସ୍ଥା ପକ୍ଷରୁ ଆଉ ଏକ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ସଂଘମିତ୍ରା ଦୁଇଟି ସ୍ୱର୍ଣ୍ଣ ପଦକ ଜିଣି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ସଫଳତା ଖବର ଜାଣି ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।