ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୋଲିସ ପକ୍ଷରୁ ଆଜି ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଛି । ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ଼ ଥାନା ପରିସରରେ ପୋଲିସ କର୍ମଚାରୀ ମାନେ ନିଜ ହାତରେ ଗଛ ଧରି ଥାନା ପରିସରରେ ବୃକ୍ଷ ରୋପଣ କରିଥିଲେ । ସେହିପରି ପଞ୍ଚାୟତ ହାଇସ୍କୁଲ ନାରେନ, ପଞ୍ଚାୟତ ହାଇସ୍କୁଲ ଖୋଲାନ, ଡିଗ୍ରୀ ମହିଳା ମହାବିଦ୍ୟାଳୟ ଓ ଜୁକ୍ତ ଦୁଇ ମହିଳା ମହାବିଦ୍ୟାଳୟରେ ସେଠାକାର ଛାତ୍ରୀ ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁ ସ୍ଥାନକୁ ମିଶାଇ ସମୁଦାୟ ୨୦୧ ବୃକ୍ଷ ରୋପଣ କରାଯାଇଥିବା ଥାନାଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି ।