oom

ତୈଳ ଦର ବୃଦ୍ଧିକୁ ନେଇ ନଗର କଂଗ୍ରେସର ପ୍ରତିବାଦ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ଦେଶରେ ସମସ୍ତ ପ୍ରକାର ଦ୍ରବ୍ୟର ଦର ବୃଦ୍ଧି ପାଇବାରେ ଲାଗିଛି । ସେହିପରି ବିଶୋଧିତ ତୈଳ ଯଥା ପେଟ୍ରୋଲ ଓ ଡିଜେଲ୍‌ର ଦର ବୃଦ୍ଧି ପାଇବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ୧୦୦ ଛୁଇଁଥିବା ବେଳେ କେତେକ ସ୍ଥାନରେ ୧୦୦କୁ ମଧ୍ୟ ଅତିକ୍ରମ କରିଥିବା କଂଗ୍ରେସ ଅଭିଯୋଗ କରିଛି । ତେଣୁ ଦେଶ ସାରା କଂଗେସ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛି । ଆଜି ଟିଟିଲାଗଡ ସହରରେ ମଧ୍ୟ ପେଟ୍ରୋଲ ଦର ୧୦୦କୁ ଛୁଇଁବାକୁ ବସୁଥିବା ବେଳେ ଟିଟିଲାଗଡ ମୁଖ୍ୟ ଜାତୀୟ ରାଜପଥ ୫୯ ଉପରେ ସହର ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ଟିଟିଲାଗଡ ନଗର କଂଗ୍ରେସ ଏହାରର ପ୍ରତିବାଦ କରିଛି । ଆଜିର ପ୍ରତିବାଦରେ ଟାଉନ କଂଗ୍ରେସ ଅଧ୍ୟକ୍ଷ ପ୍ରଭାସ ବହିଦାର, ରାଜ୍ୟ ଯୁବ କଂଗ୍ରେସର ଉପ ସଭାପତି ବିରେନ୍ଦ୍ର ବାଗ, ଡମ୍ବରୁଧର ଛତ୍ରିଆ, ତୁଳସୀ ସାହୁ, ରାଜୁ ମିଶ୍ର, ଯାଇସିଂ ତାଣ୍ଡି, ଅଭିମନୁ ବାଗ, ନିତ୍ୟ ମାଝୀ, କୃଷ୍ଣ ଶରାଫ, ବିଚିତ୍ର ବାଗ, କୈଳାସ ବାଗ, ବିଦ୍ୟା ଭାରସାଗର, ସଞ୍ଜୟ ତାଣ୍ଡି , ମାଧବ ତାଣ୍ଡି , ଲୁଲୁ କୁମ୍ଭାର, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.