ଟିଟିଲାଗଡ଼ ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ : ସୁବୋଧ ଦାଶ ସଭାପତି ଓ ସତ୍ୟବ୍ରତ ପଣ୍ଡା ସମ୍ପାଦକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଆଇନଜୀବୀ ସୁବୋଧ ଦାଶ ସଭାପତି, ରାମନାରାୟଣ ମିଶ୍ର ଉପସଭାପତି, ଆଇନଜୀବୀ ତଥା ସାମ୍ବାଦିକ ସତ୍ୟବ୍ରତ ପଣ୍ଡା ସମ୍ପାଦକ, ଶୁକଦେବ ଯୋଷୀ ସହସମ୍ପାଦକ ଏବଂ ରମାନାଥ ଖମାରୀ କୋଷାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ରାଜେନ୍ଦ୍ର ନାରାୟଣ ମିଶ୍ର, ଚିନ୍ତାମଣି ମହାପାତ୍ର, ମୀନକେତନ ମିଶ୍ର, ଭକ୍ତପ୍ରସାଦ ପୁରୋହିତ, ବନମାଳୀ ଦାଶ ଓ ମାନସ ପାଣି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ବିଶ୍ୱରାମ ଠାକୁର, ରାଜୀବ ଲୋଚନ ପାଢୀ, ଜଗନ୍ନାଥ ପଣ୍ଡା, ଯୁଗଳ କିଶୋର ଷଡଙ୍ଗୀ, ସୁଶୀଳ ମିଶ୍ର, ଭକ୍ତପ୍ରସାଦ ପାଢୀ, ସେବକ ଚରଣ ଦାଶ, ବୃନ୍ଦାବନ ପଣ୍ଡା ପ୍ରମୁଖ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି ନିର୍ବାଚନରେ ସହରର ଶତାଧିକ ବ୍ରାହ୍ମଣ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଖୁବ ଶୀଘ୍ର ବ୍ରାହ୍ମଣ ସମାଜର ଏକ ସ୍ଥାୟୀ ଭବନ ନିର୍ମାଣ କରାଯିବ ବୋଲି ନବ ନିର୍ବାଚିତ ପଦାଧିକାରୀମାନେ ଜଣାଇଥିଲେ ।

Leave A Reply

Your email address will not be published.