oom

ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ତିରୋଧାନ ଦିବସ ପାଳନ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ଓ ପତିତ ପାବନ ସଂଘର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଜୟ ମଙ୍ଗଳ ରଥଙ୍କ ୭୧ତମ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି । ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ପ୍ରଥମେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା । ବ୍ରିଟିଶ ବିରୁଦ୍ଧରେ ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମରେ ଜୟ ମଙ୍ଗଳ ରଥ ଅଂଶଗ୍ରହଣ କରିବା ସହ ଦେଶ ଭିତରେ ଥିବା ଜାତିପ୍ରଥା, ବଳିପ୍ରଥା, ମଦ ମାଦକ ଦ୍ରବ୍ୟକୁ ଅଭ୍ୟାସ ଆଦି କୁସଂସ୍କାର ବିରୁଦ୍ଧରେ ସେ ସଚେତନତା ସୃଷ୍ଟି କରିଥିଲେ ଏବଂ ଏହି ପ୍ରକ୍ରିୟାରେ ନିଜେ ବି ଜାତି ବାହାରେ ବିବାହ କରି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଯାଇଛନ୍ତି । ଏଣୁ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ଜୟ ମଙ୍ଗଳ ରଥଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏହି ସଭାରେ ମତବ୍ୟକ୍ତ ହୋଇଛି । ଗଞ୍ଜାମ ଜିଲ୍ଲାର ଗୌରବ ଜୟ ମଙ୍ଗଳ ରଥଙ୍କ ସ୍ମୃତିଚାରଣକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ବା ମହାନଗର ନିଗମ ପାଳନ ନକରିବା ହେତୁ ଅଂଚଳରେ କ୍ଷୋଭ ପ୍ରକାଶ ପାଇଛି । ବରିଷ୍ଠ ସାମ୍ବାଦିକ ରବି ରଥ, ସଂସ୍କାର ମହିମା ପତ୍ରିକା ସମ୍ପାଦକ ଶିବ ସୁନ୍ଦର ରଥ, ବୃନ୍ଦାବନ ଖଟେଇ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ, ରାମକୃଷ୍ଣ ପାତ୍ର, ପତିତ ପାବନ ସଂଘର କାର୍ଯ୍ୟକାରୀ ସମ୍ପାଦକ ସରୋଜ କୁମାର ଦାସ, ସହ ସମ୍ପାଦକ ବୀଣା ପେରା, ବାବୁଲି ପେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୈଳାଶ ନାୟକ, ପ୍ରଶାନ୍ତ ନାୟକ, ପ୍ରସନ୍ନ ପେରା, ଭରତ କଲ୍ୟାଣୀ, ବିଶ୍ୱାଚନ୍ଦ୍ର ମାଧେଇ, ରାଜେନ୍ଦ୍ର ପେରା, ନକୁଳ ଚିହ୍ନା, ରବୀନ୍ଦ୍ର ନାୟକ, ପିଙ୍କୁ ରାଜୁ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.