
ମ.ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ବହୁ ଭକ୍ତଙ୍କ ଭିଡରେ କୀର୍ତ୍ତନମଣ୍ଡଳୀ ବାଜ ଓ ମୃଦଙ୍ଗର ତାଳେ ତାଳେ ପାଳିତ ହୋଇଯାଇଛି । ବାହୁଡା ଯାତ୍ରା, ୯ ଦିନ ଧରି ସେବା କଲାପରେ ଆଜି ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ କରିଥିଲେ । ଏଥିରେ ପୂଜକ ଅନିରୁଦ୍ଧ ପାଢ଼ୀ ଓ କାଳୀ ପ୍ରସାଦପାଢ଼ୀ ସେବାୟତ ରୂପେ ସୂର୍ଯ୍ୟମଣି ପଣ୍ଡା, ଅଜିତ ପାଢ଼ୀ, କ୍ଷେତ୍ରମଣି ସିଙ୍ଗ, ସସିକାନ୍ତ ଚୀନ୍ଦା, ମନୁ ଦିହାରି, ଭୋଲେନାଥ ସିଂ ଓ ଗେଥଲ ରଣା ପ୍ରମୁଖ ସହଯୋଗ କରିଥିଲେ । ସମ୍ପୂର୍ଣ୍ଣ ତଦାରଖ କରିଥିଲେ ସହଦେବ ପାଢ଼ୀ, ସୁଦର୍ଶନ ପାଢ଼ୀ, ହରି ମହାନନ୍ଦ, ବସନ୍ତ ଦଣ୍ଡିଆ, ଲଳିତ ହେର୍ନା, ବିରାଟ ମୁଣ୍ଡଛିନା, ସୁବୋଧ ଛାତ୍ରୀଆ, ଜୟରାମ ମହାନନ୍ଦ, ଲାବନ୍ୟ ବେହେରା, ହରିଶ୍ଚନ୍ଦ୍ର ବଗର୍ତ୍ତି । ତିନି ଠାକୁର ମାଉସୀ ମା’ଙ୍କ ମନ୍ଦିରରୁ ବାହାରି ରଥରେ ବିରାଜମାନ ଜଗନ୍ନାଥ ମନ୍ଦିରକୁ ଫେରିଥିଲେ କରିଥିଲେ । ସେହି ଭଳି, ମ.ରାମପୁର, କଢେଲ, ବାଲିଗୁଡା, ଗୋଛାଡେଙ୍ଗେନ, ମୋହନଗିରିଠାରେ ମଧ୍ୟ ରଥଯାତ୍ରା ପାଳିତ ହୋଇଯାଇଛି ।