ନୂଆଦିଲ୍ଲୀ : ନୂଆଦିଳ୍ଳୀର ହେବିଟାଟ ସେଣ୍ଟରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବେର ପରିବେଶ ଅନୁକୂଳ କୋଠା ପାଇଁ ସାହିତ୍ୟ ଏକାଡେମୀକୁ ସମ୍ମାନିତ କରାଯାଇଛି । ହରିତ୍ କୋଠା ବା ପରିବେଶ ଅନୁକୂଳ କୋଠାର ମାନ୍ୟତା ପ୍ରଦାନ କରୁଥିବା ଜାତୀୟ ସଂସ୍ଥା ‘ଗୃହ’ (GRIHA) ପକ୍ଷରୁ ଆୟୋଜିତ ୧୬ତମ ସମ୍ମିଳନୀରେ ସାହିତ୍ୟ ଏକାଡେମୀର ବାଙ୍ଗାଲୁରୁ ଆଂଚଳିକ କାର୍ଯ୍ୟାଳୟର ନବନିର୍ମିତ କୋଠା ପାଇଁ ଏହି ସମ୍ମାନ ଦିଆଯାଇଛି । ତିନି ତାରକା ମାନ୍ୟତା ଓ ପ୍ରତୀକାତ୍ମକ ପୁରସ୍କାର ସ୍ୱରୂପ ଏକ ଫଳକ ପ୍ରଦାନ କରାଯାଇଛି । ଭାରତରେ ସବୁଜ କୋଠା ପାଇଁ ଜାତୀୟ ମୂଲ୍ୟାୟନ ବ୍ୟବସ୍ଥା ହେଉଛି ଗୃହା ଏହି ଜାତୀୟ ସଂସ୍ଥା ସବୁଜ କୋଠା ଏବଂ ସ୍ଥାୟୀ ଗୃହ ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରିଥାଏ । ଜୀବନକାଳ ମଧ୍ୟରେ କୋଠାର ପରିବେଶ କାର୍ଯ୍ୟ ଦକ୍ଷତାକୁ ସାମଗ୍ରିକ ଭାବରେ ମୂଲ୍ୟାଙ୍କନ କରେ । ଭାରତ ସରକାର ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସହଯୋଗରେ ଦି ଏନର୍ଜି ଏକ ରିସୋର୍ସ ଇନଷ୍ଟିଚ୍ୟୁଟ୍ (TERI)) ଦ୍ୱାରା ଗୃହ (GRIHA) ପ୍ରତିଷ୍ଠା କରାଯାଇଛି । ଏହି ଗୃହ ଶିଖର ସମ୍ମିଳନୀର ବିଷୟବସ୍ତୁ ଥିଲା ‘ନିର୍ମାଣ କାର୍ଯ୍ୟରେ ପରିବେଶ ଅନୁକୂଳ ଦିଗକୁ ତ୍ୱରାନ୍ୱିତ କରିବା’ ।