ଭୁବନେଶ୍ଵର : ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ଧକ୍କା ଦେଲା କାର୍ । ଚାଲିଗଲା ତିନି ଜଣଙ୍କ ଜୀବନ । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋମବାର ବିଳମ୍ବିତ ରାତିରେ ଏକ ହୋଣ୍ଡା ବାଇକ୍ ଯୋଗେ ତିନି ଜଣ ଯୁବକ ଯାଉଥିଲେ । ଏହି ସମୟରେ ପୁରୀ ବାଇପାସ୍ ସାଇମନ୍ଦିର ନିକଟରେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା।