oom

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ସକାଳ ୯ ଟା ସମୟରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚାଁଇପୁର ଗ୍ରାମ ପଞ୍ଚାୟତର ଦୁଇଟି ସ୍ଥାନ ଯଥାକ୍ରମେ ସଡାଙ୍ଗୋଇ ଏମ୍.ଇ.ସ୍କୁଲ୍ ଏବଂ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏଠାରେ ପ୍ରାୟ ୫୦୦ ଡୋଜ୍ ଟିକା ଅଠର ବର୍ଷରୁ ଚଉରାଳିଶ ବର୍ଷ ଓ ପଇଁଚାଳିଷ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ଦିଆଯାଇଥିଲା । ଟୀକା ସରିଯାଇଥିବାରୁ ବହୁତ ଲୋକ ଟୀକାକରଣ କେନ୍ଦ୍ରରୁ ଫେରିଯାଇଥିଲେ । ପଞ୍ଚାୟତରେ ବାକି ରହିଥିବା ଲୋକମାନଙ୍କ ପାଇଁ ଆହୁରି ଗୋଟିଏ ଦିନ ଧାର୍ଯ୍ୟ କରାଯାଇ ଟୀକାକରଣ କରାଯିବ ବୋଲି ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଆଶା କର୍ମୀ ସଞ୍ଜୁଲତା ପୁରୀ, ଟୁକୁନା ପରିଡା, କାମିନୀ ନାୟକ, ସୁକାନ୍ତି ଦାଶ ଏବଂ ରମେଶ ପରିଡା, ସନ୍ତୋଷ ବାହିନୀପତି, ରଘୁନାଥ ନାୟକ, ବିକାଶ ବେହେରା, ରମେଶ ମାଣ୍ଡିଆ, ଇଂ.ରାଜୀବ ପରିଡା ଓ ଆଶୁତୋଷ ପରିଡା ପ୍ରମୁଖ ଲୋକମାନଙ୍କୁ ଅବଗତ କରାଇବା ଓ କାର୍ଯ୍ୟକ୍ରମ ପରିଚାଳନା କରିବାରେ ବିଶେଷ ଭାବେ ଅଂଶଗ୍ରହଣ କରିଥିବା ବେଳେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

jittmm
Leave A Reply

Your email address will not be published.