ଆଜିଠାରୁ ଆସନ୍ତା ୨୮ ତାରିଖ ପଯ୍ୟନ୍ତ ଜିଲ୍ଲାରେ ୧୮ରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ଟୀକାକରଣ

  • ଜିଲ୍ଲାର ବିଭିନ୍ନ ସ୍ଥାନର ୪୫ଟି ଟୀକାକେନ୍ଦ୍ରରେ ଟୀକା ପ୍ରଦାନ
  • ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ତରଫରୁ ଆଜିଠାରୁ ଆସନ୍ତା ୨୮ ତାରିଖ ପଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକର ବ୍ୟବସ୍ଥିତ ୪୨ଟି କେନ୍ଦ୍ର, ଯଥା ବୀରମହାରାଜପୁର ବ୍ଲକରେ ୯, ଉଲୁଣ୍ଡା ବ୍ଲକରେ ୦୫ଟି କେନ୍ଦ୍ର, ସୋନପୁର ବ୍ଲକରେ ୮ଟି କେନ୍ଦ୍ର, ବିନିକା ବ୍ଲକ ଓ ତରଭା ବ୍ଲକ ପ୍ରତ୍ୟେକରେ ୬ଟି ଲେଖାଏଁ ଟୀକାକେନ୍ଦ୍ର ଏବଂ ଡୁଙ୍ଗୁରିପାଲି ବ୍ଲକରେ ୮ କେନ୍ଦ୍ର ସେହିପରି ସୋନପୁର ମ୍ୟୁନିସିପାଲିଟିର ୩ଟି କେନ୍ଦ୍ରରେ ୧୮ରୁ ଉର୍ଦ୍ଧ ବର୍ଷ ହିତାଧିକାରୀଙ୍କୁ ପ୍ରଥମ ଡୋଜ଼ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ୨ୟ ଡୋଜ଼ ଟୀକା ପ୍ରଦାନ କରାଯିବ ।
୧୮ରୁ ଉର୍ଦ୍ଧ ବର୍ଷ ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତଦିନ ନିର୍ଧାରିତ ସମୟ ସକାଳ ୯ ଟାରେ କେନ୍ଦ୍ରକୁ ଯାଇ ଟୀକା ନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ । ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା(ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ ୯ରୁ ସନ୍ଧ୍ୟା ୬ ଘଣ୍ଟା ପର୍ୟ୍ୟନ୍ତ ଚାଲୁରହିବ । ହିତାଧିକାରୀ ଟୀକାକରଣ ପାଇଁ ଅନଲାଇନ https://selfregistration.cowin.gov.inରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ । ତା୨୫/୦୬/୨୧ ରାତ୍ର ୧୦ଟାରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ ।

Leave A Reply

Your email address will not be published.