ଟୀକାକରଣ ଉପରେ ସଚେତନତା କର୍ମଶାଳା

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଅଙ୍ଗନୱଡି କେନ୍ଦ୍ରଠାରେ ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ କୋଭେକସିନ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜ଼ିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ କନାପାଲି ଅଙ୍ଗନୱଡ଼ି କର୍ମୀ ବିଷ୍ଣୁପ୍ରିୟା ଦଲେଇ ସାମାଜିକ ଦୂରତା ଓ ସରକାରଙ୍କ ଆଶୀର୍ବାଦ ଯୋଜନା ଉପରେ ଆଲୋଚନା କରିଥିଲେ । ବିଲାସ ଭୋଇ ଅଙ୍ଗନୱଡି ମାସ୍କ ପରିଧାନ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବେହେରା ବର୍ତମାନର କୋଭିଡ ପରିସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ସୁବୋଧ କୁମାର ସାହୁ ଇଶକ୍ତି ପ୍ରକଳ୍ପ ମୁଖ୍ୟ, ପରିଚାଳନା କରିଥିଲେ । ଶେଷରେ ଆନିମେଟର ଉତ୍ତର କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ଲକ କୋଡିନେଟର ଇଶକ୍ତି ଝୁନୁ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.