
ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁୟାରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ୱକପ୍ । ଏଥିପାଇଁ ଦର୍ଶକ ଭାବେ ପ୍ରଥମ ଟିକେଟ୍ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲୀପ ତିର୍କି ବୁଧବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଛନ୍ତି । ଟିକେଟ୍କୁ ପାଇ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ସାରା ବିଶ୍ୱ ହକି ବିଶ୍ୱକପ୍ ଦେଖିବା ପାଇଁ ଅପେକ୍ଷା କରି ରହିଛି ବୋଲି କହିଛନ୍ତି । ତେବେ ହକି ବିଶ୍ୱକପ୍ ୧୩ରେ ଆରମ୍ଭ ହୋଇ ଜାନୁୟାରୀ ୨୯ରେ ଶେଷ ହେବ । ପ୍ରଥମ ଦିନ ଇଂଲଣ୍ଡ ଏବଂ ୱେଲ୍ସ, ଇଣ୍ଡିଆ ଏବଂ ସ୍ପେନ୍ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।