ହୁମୁରି ତାମ୍ପରା ଉପରେ ନିର୍ଭରଶୀଳ ତିଅର ମତ୍ସ୍ୟଜୀବିଙ୍କୁ ଆଇ.ଆର.ଇ.ଏଲ ପକ୍ଷରୁ ପ୍ରୋତ୍ସାହନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହୁମୁରି ତାମ୍ପରା ହ୍ରଦ ହେଉଛି, ଛତ୍ରପୁର ବ୍ଲକର ଏକ ବିରାଟ ଜଳାଶୟ । ପ୍ରକୃତିର ଏହି ଅନବୈଦ୍ୟ ଜଳାଶୟରେ ପ୍ରାୟ ୩ ଶହ ମତ୍ସ୍ୟଜୀବି ପରିବାର ଏଥିରେ ମତ୍ସ୍ୟ ଚାଷ କରି ଜୀବିକା ନିର୍ବାହ କରି ଚଳିଆସୁଛନ୍ତି । ବହୁ ଘାତ ପ୍ରତିଘାତ ମଧ୍ୟରେ ଜୀବିକା ନିର୍ବାହ କରି ଆସି ଦୈନିକ ଛତ୍ରପୁର ବଜାର, ଡେଲିମାର୍କେଟରେ ମାଛ ବିକ୍ରି କରି ନିଜ ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି । କିନ୍ତୁ ଅଦ୍ୟାବଧି ସରକାରଙ୍କ ସହାୟତା ଓ ପ୍ରୋତ୍ସାହାନାରେ ଅବହେଳା ଦେଖାଦେଇ ଆସିଥିବା ବେଳେ ଏହି ମତ୍ସ୍ୟଜୀବିମାନେ ସେମାନଙ୍କର ଜୀବିକା ନିର୍ବାହରେ ଅନେକ ପ୍ରତିବନ୍ଧକର ସାମ୍ନା କରି ଆସୁଥିଲେ । ସୋମବାର ଅପରାହ୍ନରେ ଆଇ.ଆର୍.ଇ.ଏଲ. (ଇଣ୍ଡିଆ) ପ୍ରତିଷ୍ଠାନ ପକ୍ଷରୁ ଏହି ହୁମୁରି ତାମ୍ପରା ହ୍ରଦ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଥିବା ତିଅର ମତ୍ସ୍ୟଜୀବିମାନଙ୍କୁ ଜୀବିକାର ପ୍ରେରଣା ଦେବା ସାଙ୍ଗକୁ ମାଛ ଜାଆଁଳା ଓ ମାଛ ଉତ୍ପାଦନ ତଥା ମାଛମାନେ ବଢ଼ିବା ପାଇଁ ଖାଦ୍ୟ ଦାନା ଦେଇ ମତ୍ସ୍ୟଜୀବିମାନଙ୍କୁ ପ୍ରୋତ୍ସାହନା ଯୋଗାଇଛନ୍ତି । ଆଇ.ଆର.ଇ.ଏଲ କର୍ତ୍ତୃପକ୍ଷଙ୍କ ସି.ଏସ.ଆର. ଓ ରିସର୍ଚ୍ଚ ବିଭାଗର ସିନିୟର୍ ମ୍ୟାନେଜର ଦୀପକ ମିଶ୍ରଙ୍କ ସମେତ ମତ୍ସ୍ୟଜୀବି ସଂଯୋଜକ ସୁରେସନ ବେହେରାଙ୍କ ଉପସ୍ଥିତିରେ ତରେଇପାଟପୁର ଗ୍ରାମର ହୁମୁରି ତାମ୍ପରା ହ୍ରଦ ଉପରେ ନିର୍ଭରଶୀଳ ତିଅର ମତ୍ସ୍ୟଜୀବିଙ୍କୁ ମତ୍ସ୍ୟଚାଷ କରିବା ନିମନ୍ତେ ଅଭିନବ ପ୍ରୟାସ ଦେଖାଇ ସହାୟତାର ହାତ ବଢ଼ାଇଛନ୍ତି । ଏଥିପାଇଁ ଉକ୍ତ ଗ୍ରାମର ତିଅର ମତ୍ସ୍ୟଜୀବିମାନେ ଆଇ.ଆର.ଇ.ଏଲ. କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.