oom

ବେବି ଅଲିଭ ରିଡଲେ ଖୋଜୁଛନ୍ତି ଘର ଠିକଣା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବେବି ଅଲିଭ ରିଡଲେ ଗୁଡିକ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ କରି ସମୁଦ୍ର ନୀଳ ଜଳରାଶି ମଧ୍ୟରେ ପ୍ରବେଶ ଉଦ୍ୟମ କରୁଥିବା ଲକ୍ଷ କରାଯାଇଛି । ଦୁଇଦିନ ହେଲା ରାତ୍ର ସମୟରେ ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ାମପେଟା ଗ୍ରାମ ନିକଟସ୍ଥ ବେଳାଭୂମିର ବାଲୁକା ରାଶି ମଧ୍ୟରେ ପୋତି ହୋଇ ରହିଥିବା ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟିବା ପରେ ବେଳାଭୂମିକୁ ଉଠି ଆସି ସମୁଦ୍ର ଅଭିମୁଖେ ଯିବା ସହ ନୂଆଁ ଠିକଣା ପାଉଥିବା ଦେଖିବାକୁ ମିଳିଛି । ଉକ୍ତ ପ୍ରକ୍ରିୟା ରାତ୍ରର ଥଣ୍ଡା ପରିବେଷରେ ଆରମ୍ଭ ହୋଇ ସକାଳ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲୁଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଛୁଆ ଫୁଟିବା ଆରମ୍ଭ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପରିବେଶବିତ ଓ ବନ ବିଭାଗ ଏପରିକି ବିଭିନ୍ନ ମହଲରେ ଖୁସିର ଲହରି ଖେଳିଯାଇଛି । ବ୍ରହ୍ମପୁର ଡ଼ିଏଫଓ ଶନି ଖେଖରଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ସାମୁଦ୍ରିକ କଇଁଛ ଛୁଆ ଗୁଡିକର ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ବେବି ଅଲିଭ ରିଡଲେ ଗୁଡିକ ଗୋଟିଏ ପରେ ଗୋଟିଏ ବାଲୁକା ଶଯ୍ୟାରୁ ବାହାରିବା ପରେ ସମୁଦ୍ର ଲହରିର ଶବ୍ଦ ଓ ତେଜସ୍କିୟ ରଶ୍ମି ସେମାନଙ୍କୁ ସମୁଦ୍ର ଆଡକୁ ଆକର୍ଷିତ କରୁଥିବା ସମୁଦ୍ର ବିଜ୍ଞାନୀ ଓ ପରିବେଶବିତ୍‌ କହିଥାନ୍ତି । ବେଳାଭୂମିରେ ଗଣ ଅଣ୍ଡାଦାନ ପୂର୍ବରୁ କିଛିଦିନ ମଧ୍ୟରେ ପ୍ରତି ରାତ୍ରରେ ସାମୁଦ୍ରିକ କଇଁଛ ଗୁଡିକ ଅଣ୍ଡାଦାନ କରିଥିଲେ । ସେହି ସ୍ଥାନରୁ ବର୍ତ୍ତମାନ ଛୁଆ ବାହାରୁଥିବା ବେଳେ ଆଗାମୀ ଦିନରେ ବହୁ ସଂଖ୍ୟାରେ ବେଳାଭୂମିରେ ଛୁଆ ଫୁଟିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଥାଉକି ଚଳିତ ବର୍ଷ ଋଷିକୁଲ୍ୟା ସମୁଦ୍ର ବେଳାଭୂମିରେ ୬ ଲକ୍ଷ ୩୭ ହଜାର ୮ ଗୋଟି ମା’ ଅଲିଭ ରିଡଲେ ରେକର୍ଡ ସଂଖ୍ୟକ ଗଣ ଅଣ୍ଡାଦାନ ହୋଇଥିବା ବନ ବିଭାଗ ନିକଟରେ ରେକର୍ଡ ରହିଛି ।

jittmm
Leave A Reply

Your email address will not be published.