ଠିକା କାମ କରିଥିବା ଟଙ୍କା ନଦେବାରୁ ଭାଟିପଡା ଦର୍ଲୋ ଯିବା ରାସ୍ତା ଅବରୋଧ କଲେ ଠିକାଦାର ବୁଲ୍‌ବୁଲ୍‌ ମେହେର : ଟଙ୍କା ନମିଳିଲେ କରିବେ ଆତ୍ମହତ୍ୟା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମେଘା ଗ୍ୟାସ କମ୍ପାନୀରେ ଠିକା କାମ କରି ୬୬ ଲକ୍ଷ ଟଙ୍କା ବାକି ରଖିଥିବା ତଥା ମାଗି ମାଗି ହଇରାଣ ହେଲା ପରେ ବି ବକେୟା ପାଉଣା ନଦେବାରୁ ଠିକାଦାର ବୁଲ୍‌ବୁଲ୍‌ ମେହେର ଓ ତାଙ୍କ ଶ୍ରମିକ ମାନେ ଭଟିପଡା ଦର୍ଲୋ ରାସ୍ତା ଅବରୋଧ କରି ବସିଛନ୍ତି । ଠିକା ଟଙ୍କା ନଦେଲେ ଆତ୍ମହତ୍ୟା କରିବାକୁ ବି ପଛାଇବି ନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି । ଅନ୍ୟ ପଟେ କମ୍ପାନୀ କର୍ମଚାରୀ ସାଇ କୁମାର ମଙ୍ଗଳବାର ଦିନ ସୁଦ୍ଧା ହାଇଦ୍ରାବାଦ ଅଫିସକୁ ଜଣାଇ ଟଙ୍କା ଦେବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି । ତେବେ ରାସ୍ତା ଜାମ ଯୋଗୁଁ ଲୋକେ ନାନା ପ୍ରକାର ହଇରାଣ ହେଉଥିଲେ, ଖବର ପାଇ ଟିଟିଲାଗଡ଼ ଥାନାଧିକାରୀ ବିଶ୍ୱଜିତ ମନବୋଧ ଓ ପୋଲିସ ବଳ ପହଞ୍ଚି ଠିକାଦାରଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave A Reply

Your email address will not be published.