କୁଲତା ସମାଜ ଯୁବ ସଂଗଠନ ତରଫରୁ ଥଣ୍ଡା ପାନୀୟ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ରଥଯାତ୍ରା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏ ବର୍ଷ ରଥଯାତ୍ରା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଜାଗ୍ରତ ହୋଇଥିବାରୁ ନୃସିଂହନାଥଠାରେ ହଜାର ହଜାର ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଭକ୍ତଙ୍କ ଉତ୍ସାହ କମିନଥିବା ବେଳେ ଗ୍ରୀଷ୍ମ ପ୍ରଭାବକୁ ଦେଖି କୁଲତା ସମାଜ ଯୁବ ସଂଗଠନ ତରଫରୁ ମାଗଣାରେ ଭକ୍ତଙ୍କ ପାଇଁ ଥଣ୍ଡା ପାନୀୟ ଓ ଲେମ୍ବୁ ସରବତ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡା.ବୁଲୁ ବାରିକ, ଅଶ୍ଵିନୀ ବାରିକ, ଯୋଗେନ୍ଦ୍ର ଭୋଇ, ଗୋକୁଲା ପ୍ରଧାନ, ଶୁକଦେବେ ପ୍ରଧାନ, ଚିତରଂଜନ ପ୍ରଧାନ, ଅଜୟ ପ୍ରଧାନ, ତୁଲସୀରାମ ଭୋଇ, ଦିବାକର ଗଡତିଆ, ବ୍ୟାସଦେବ ବଢ଼େଇ, ଟିକେଲାଲ ସାହୁ ପ୍ରମୁଖ ସହଯୋଗ କରିଥିଲେ । କୁଳତା ସମାଜ ଯୁବ ସଙ୍ଗଠନର ଏହି ପ୍ରୟାସକୁ ଭକ୍ତଗଣ ଉଚ୍ଚ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.