oom

ସିହିନି ପଥର ବ୍ଲାଷ୍ଟିଂ ବେଳେ ଅଘଟଣରେ ମନୋଜ ମାଝିଙ୍କ ମୃତ୍ୟୁ ମାମଲା : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଥାନା ଘେରାଉ, ଏସଡିପିଓଙ୍କ ବୁଝାସୁଝା ପରେ ହଟିଲା ଘେରାଉ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ନିକଟ ପଥର କୁଆଁରୀରେ ମଙ୍ଗଳବାର ସକାଳେ ପଥର ବ୍ଲାଷ୍ଟିଂ ସମୟରେ କମ୍ପ୍ରେସର ଫାଟି ଯିବା ଯୋଗୁଁ କାମ କରୁଥିବା ଦୁଇ ଜଣ ଶ୍ରମିକ ଗୁରୁତର ହୋଇ ପ୍ରଥମେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆସି ପ୍ରାରମ୍ଭିକ ଚିକିତ୍ସା କରି ଭବାନୀପାଟଣାକୁ ଗୁରୁତର ଅବସ୍ଥାରେ ଯାଇଥିଲେ । ସେହି ଦୁଇ ଜଣଙ୍କ ମଧ୍ୟରୁ ମନୋଜ ମାଝୀଙ୍କର ଆଜି ମୃତ୍ୟୁ ହୋଇଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଆଦିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟିଟିଲାଗଡ ଥାନାରେ ମାମଲା ରୁଜୁ କରାଯାଇଛି । ସେହି କୁଆଁରୀରେ ଯେଉଁ ଶ୍ରମିକମାନେ କାମ କରୁଥିଲେ ତାହାର ମାଲିକମାନଙ୍କୁ ଶୀଘ୍ର ଗିରଫ ଦାବୀ କରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଟିଟିଲାଗଡ ବ୍ଲକ୍ ଦ୍ଵାରା ଟିଟଲାଗଡ ଥାନା ସମ୍ମୁଖରେ ଘେରାଉ ଜାରି ରଖିଥିଲେ । ସଙ୍ଘର ସଦସ୍ୟଙ୍କ କହିବାନୁଯାୟୀ ବିନା ସୁରକ୍ଷାରେ ସେମାନଙ୍କୁ କାମ କରାଉଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଜଣଙ୍କ ଜୀବନ ଚାଲିଗଲା, ସେଥିପାଇଁ କୁଆଁରୀ ମାଲିକ ସମ୍ପୂର୍ଣ୍ଣ ଭାବେ ଦୋଷୀ ବୋଲି କହିବା ସହ ମାଲିକଙ୍କୁ ଗିରଫ ଦାବୀରେ ଟିଟିଲାଗଡ଼ ଥାନାକୁ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଘେରାଉ କରିବା ପରେ ଏସ୍‌ଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର ଆସି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଉପଜିଲ୍ଲାପାଳଙ୍କୁ ଅବଗତ କରାଇ କ୍ଷତି ପୂରଣ ପ୍ରଦାନ ବିଷୟରେ ଅବଗତ କରାଯିବ ବୋଲି କହିବା ପରେ ଘେରାଉ ଭଙ୍ଗ କରିଛନ୍ତି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ।

jittmm
Leave A Reply

Your email address will not be published.