ବଦଳିଲେ ୧୦ ଥାନା ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ (ଆଇଆଇସି)ଙ୍କ ଜିଲ୍ଲା ବାହାରକୁ ବଦଳି ପରେ ସଂପୃକ୍ତ ଥାନା ଗୁଡ଼ିକରେ ନୂତନ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ପ୍ରଶାନ୍ତ କୁମାର ସାମଲଙ୍କୁ ଗାଇସିଲେଟ, କଲ୍ୟାଣୀ ବେହେରାଙ୍କୁ ବିଜେପୁର, ମମତା ନାଏକଙ୍କୁ ପଦ୍ମପୁର, ଜୟରଶ୍ମୀ ସେଠୀଙ୍କୁ ବରପାଲି, ବିଭୁତି ଭୂଷଣ ଦଲେଇଙ୍କୁ ଭଟଲି ଥାନା ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ସୁଚିସ୍ମତା ମହାନ୍ତିଙ୍କୁ ଝାରବନ୍ଧ, ବୁଲୁମୁଣ୍ଡାଙ୍କୁ ଅମ୍ବାଭୋନା, କ୍ରେସେନସିଆ ସାମାରିଆଙ୍କୁ ବରଗଡ଼ ଗ୍ରାମାଞ୍ଚଳ ଥାନା ଏବଂ ଗୀତିରଞ୍ଜନ ମହାପାତ୍ରଙ୍କୁ ଡିସିଆରବି ଇନ୍ସପେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଭେଡେନ ଥାନା ଆଇଆଇସି ସଙ୍ଗୀତା ମହାପାତ୍ରଙ୍କୁ ମେଲଛାମୁଣ୍ଡା ଥାନାକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ପ୍ରେମଜିତ ଦାସଙ୍କୁ ବଦଳି କରାଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅତାବିରା ଥାନାରେ ସୁକୁମାର ତ୍ରିପାଠୀ ଏବଂ ବରଗଡ଼ ସଦର ଥାନାରେ ମାନସ କୁମାର ଭୋଇ ଥାନା ଆଇଆଇସି ଭାବେ କାର୍ଯ୍ୟରେ ଯୋଗଦେଇ ସାରିଛନ୍ତି ।

Leave A Reply

Your email address will not be published.