oum

ଟାଉନ ଥାନାର ଦ୍ୱାରସ୍ଥ ହେଲେ ନିର୍ଜାତିତା ମହିଳା ଏସ୍‌ସିଏସ୍‌ଓ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଚିପ୍‌ ସିଏସ୍‌ଓଙ୍କ ବିରୁଦ୍ଧରେ ବଲାଙ୍ଗିର ମ୍ୟୁନିସିପାଲିଟିର ମହିଳା ଏସ୍‌ସିଏସ୍‌ଓ ଯୌନ ନିର୍ଜାତନା ଅଭିଯୋଗ ଆଣି ବଲାଙ୍ଗିର ଟାଉନଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅଭିଯୋଗକୁ ଭିତ୍ତି କରି ଟାଉନ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ମହିଳା ଏସ୍‌ସିଏସ୍‌ଓ ଜଣକ ଚିପ୍‌ ସିଏସ୍‌ଓଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ କରିବା ପାଇଁ ଦାବୀ କରିଛନ୍ତି । ଅନ୍ୟ ପଟେ ଏ ମାମଲାକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି ସଦର ଏସ୍‌ଡିପିଓ ତୋଫାନ ବାଗ୍‌ ।

Leave A Reply

Your email address will not be published.