ପତରା ଜଙ୍ଗଲ ଚାଷ କରୁଥିବାରୁ ଥାନାକୁ ଟଣା ହେଲେ ନିରୀହ ବୃଦ୍ଧବୃଦ୍ଧା, ସାଧାରଣରେ ଅସନ୍ତୋଷ

ତୁରେକେଲା, (କୈଳାଶ ସଗ୍ରିଆ) : ପତରା ଜଙ୍ଗଲ ଚାଷ କରୁଥିବାରୁ ନିରୀହ ବୃଦ୍ଧ ବୃଦ୍ଧାଙ୍କୁ ଥାନାକୁ ଟଣା ହୋଇଥିବା ଭଳି ଏକ ଖବର ସାମ୍ନାକୁ ଆସିଥିବା ବେଳେ ଏଥିଯୋଗୁଁ ସାଧାରଣରେ ଅସନ୍ତାଷ ଦେଖାଦେଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ଗ୍ରାମ ପଞ୍ଚାୟତ ମୁରିବାହାଲ ଗାଁର ଆଦିବାସୀ ସମ୍ପ୍ରଦାୟର ବୁଧୁ ମାଝି ଓ ତାଙ୍କ ସ୍ତ୍ରୀ ଫୁଲ ମାଝି ପ୍ରାୟ ପଚାଶ ବର୍ଷରୁ ଅଧିକ ସମୟ ହେବ ପ୍ରାୟ ଏକ ଏକର୍ ପତରା ଜଙ୍ଗଲ ଜମିରେ ଧାନ ଚାଷ କରିଆସୁଥିବା ଗାଁ ଲୋକେ କହିଛନ୍ତି । କିନ୍ତୁ ଏବେ ଏହି ଚାଷ ଜମିରେ ବଙ୍ଗୋମୁଣ୍ଡା ରେଞ୍ଜ ପକ୍ଷରୁ ଗାତ ଖୋଳାଯାଇ ବୁଧୁ ମାଝି ଏବଂ ଫୁଲ ମାଝି ନାମରେ ତୁରେକେଲା ଥାନାରେ କେସ୍ କରିଥିବା ଯୋଗୁଁ ଏହି ବୃଦ୍ଧବୃଦ୍ଧା ବାରମ୍ବାର ଥାନାକୁ ଧାଉଁଥିବା ବୁଧୁ ମାଝି କହିଛନ୍ତି । ତେବେ ସଂପୃକ୍ତ ଜଙ୍ଗଲ ଜମିର ମାଲଗୁଜାରି ବୁଝାଉ ଥିବା ପ୍ରମାଣ ହାତରେ ଥିଲେ ମଧ୍ୟ କାର୍ଯ୍ୟକୁ ଆସୁ ନଥିବା ସେ କହିଛନ୍ତି । ଏନେଇ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ କରାଯାଇଛି ।

Leave A Reply

Your email address will not be published.