ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ୍ବ ଦେଖାଇ ୪ଲକ୍ଷ ଠକେଇ । ବିଶ୍ୱାସ ନହେଲେ ବି ସତ । ଆମ୍ବ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ ହୋଇଛି । ସୋନପୁର ଜିଲ୍ଲାର ବଳରାମ ତାଣ୍ଡିଆଙ୍କୁ ତିନି ଜଣ ଦୁର୍ବୃତ୍ତ ଏକ ପିତ୍ତଳ ଆମ୍ବକୁ ସୁନାର ଆମ୍ବ କହି ୪ଲକ୍ଷ ଟଙ୍କା ଠକେଇ କରି ନେଇଛନ୍ତି । ବଳରାମ ଏନେଇ ଗତ ଗତ ଡିସେମ୍ବର ୨୬ ତାରିଖ ଦିନ ସଦରଥାନାରେ ଏତଲା ଦେଇଥିଲେ । ସଦର ପୁଲିସ ଆଜି ଅଭିଯୁକ୍ତ ଖପ୍ରାଖୋଲ ଥାନା ମାଟିଖାଇ ଗ୍ରାମର ତପ୍ନେଶ୍ୱର ବାଗ ଓ କମାଲ ନାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ।