jayashree

ଏଟିଏମ୍‌ କାର୍ଡ କାର୍ଯ୍ୟକ୍ଷମ କରିବା ଆଳରେ ମୋବାଇଲ ମାଗି ଫୋନ ପେ’ରେ ନେଇଗଲେ ୧୨ ଶହ ଟଙ୍କା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡିରେ ଜଣେ ଯୁବକ ଏଟିଏମ୍‌ କାର୍ଡ କାର୍ଯ୍ୟକ୍ଷମ କରିବାକୁ ଯାଇଥିବା ବେଳେ ଠକାମୀର ଶିକାର ହୋଇଛନ୍ତି । ଠକାମୀର ଶିକାର ହୋଇଥିବା ମହେଶ୍ୱର ଦଳବେହେରାଙ୍କ ଘର ସିମନବାଡି ପଞ୍ଚାୟତ ଦଡିବାଡି ସାହିରେ । ତାଙ୍କର ଏକ ନୂଆ ଏଟିଏମ୍‌ କାର୍ଡ ବ୍ୟାଙ୍କରୁ ଆସିଥିଲା । ଏହାକୁ ସେ କାର୍ଯ୍ୟକ୍ଷମ କରିବାକୁ ସିମନବାଡି ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ । ସେଠାରେ ଜଣେ ଯୁବକଙ୍କୁ ସେ ସହଯୋଗ ମାଗିଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣକ ମହେଶ୍ୱରଙ୍କୁ ସାହାଯ୍ୟ କରିବାକୁ ଯାଇ ମୋବାଇଲ ମାଗିଥିଲେ ଏବଂ ମହେଶ୍ୱର ମଧ୍ୟ ଯୁବକଙ୍କୁ ବିଶ୍ୱାସ କରି ମୋବାଇଲଟି ଦେଇଥିଲେ । ଯୁବକ ଜଣକ ମହେଶ୍ୱରଙ୍କ ଫୋନ ପେ’ ଆକାଉଣ୍ଟରୁ ୧୨ଶହ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ମହେଶ୍ୱର ଦାରିଙ୍ଗବାଡି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.