
ଭୁବନେଶ୍ୱର : ପୋଲିସ କବଜାରେ ଠକ ଗ୍ୟାଙ୍ଗ । ଠକ ଗ୍ୟାଙ୍ଗ୍ର ୫ ଜଣକୁ ଗିରଫ କଲା ପୋଲିସ । ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୪ ପୁରୁଷ ଅଛନ୍ତି । ଏମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା, ମୋବାଇଲ ଫୋନ୍, ନକଲି ନୋଟ ସହ କିଛି କାଗଜ ପତ୍ର ଜବତ କରାଯାଇଛି । ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ଅଭିନବ ଉପାୟରେ ଲୁଟ୍ କରୁଥିଲେ । ଏମାନେ ଘରକୁ ଘର ବୁଲି ନିଜ ପାଖରେ କଳାଧନ ଥିବା କହୁଥିଲେ । ଆଉ ଏହି କଳାଧନକୁ ବଦଳାଇଲେ ଦୁଇଗୁଣା ଟଙ୍କା ମଧ୍ୟ ଦେବାକୁ କହୁଥିଲେ । ହେଲେ ସେହି ଟଙ୍କା ଥିଲା ପୂରା ନକଲି । ତେବେ ଗତ ଫେବ୍ରୁଆରୀ ମାସରେ ଭରତପୁର ଥାନା ଏବଂ ନୟାପଲ୍ଲୀ ଥାନା ଅଞ୍ଚଳରେ ଏଭଳି ଠକେଇ ମାମଲା ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଥିବାବେଳେ । ଏବେ ଆଉ ୫ ଜଣକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡିସିପି । ଏମାନଙ୍କୁ ଅନୁଗୁଳ ଗଞ୍ଜାମ କଟକ ଅଞ୍ଚଳରୁ ଗିରଫ କରାଯାଇଛି ।