ଚାରି ଅନାଥ ଶିଶୁର ଥଇଥାନ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ବରଗଡ, (ନିରୋଜ କୁମାର ପାଣି) : ବରଗଡ ଜିଲ୍ଲା ଚକରକେନ୍ଦ ନିକଟର ଝାଙ୍କରପାଳି ଗାଁରେ ନିଜର ବୁଢ଼ୀ ଆଈଙ୍କ ପାଖରେ ରୁହନ୍ତି ଚାରି ଅନାଥ ଅସହାୟ ଶିଶୁ । ସେମାନେ ଅତି ଦୟନୀୟ ଅବସ୍ଥାରେ ଥିବାବେଳେ ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଥଇଥାନ କରିବାକୁ ନିବେଦନ କରିଥିଲେ । ସୂଚନା ଅନୁସାରେ ଝାଙ୍କରପାଳି ଗାଁର ନକୁଳ ବରିହାଙ୍କ ଦେହାନ୍ତ ଗତ ମେ ମାସ ୩ ତାରିଖରେ ହୋଇଥିଲା । ସ୍ୱାମୀଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିବା ପୁର୍ଣ୍ଣିମା ବରିହାଙ୍କ ଦେହାନ୍ତ ମଧ୍ୟ ଗତ ଅକ୍ଟୋବର ୨୦୨୦ରେ ଦେହାନ୍ତ ହୋଇଥିଲା । ଦେଖୁ ଦେଖୁ ଚାରି ଭାଇ ଭଉଣୀ ମଧ୍ୟ ଅନାଥ ହୋଇଗଲେ । ସ୍ୱାମୀ, ଝିଅ ଓ ଜ୍ୱାଇଁଙ୍କୁ ହରାଇ ବୃଦ୍ଧ ଇନ୍ଦୁମତୀ ବରିହା ମଧ୍ୟ ଶେଷରେ ଭାଙ୍ଗି ପଡ଼ିଥିଲେ । ବାର୍ଦ୍ଧକ୍ୟ ଅସୁବିଧା ହେତୁ ସେ କୁଆଡେ ଯାଇ ପାରନ୍ତି ନାହିଁ । ତାଙ୍କର ବାର୍ଦ୍ଧକ୍ୟ ଭତ୍ତାରେ ସେମାନେ ଚାଲୁଥିବା ନେଇ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ସମସ୍ୟାକୁ ଜାଣି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଟ୍ୱିଟର ଯୋଗେ ବରଗଡ ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ସହ ଥଇଥାନ କରିବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇଲା ପରେ ଏହାର ତଦନ୍ତ କରିଥିଲେ । ସମସ୍ତ ତଥ୍ୟକୁ ଆଧାର କରି ଦୁଇ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି । ଆଉ ଦୁଇଜଣ ଶିଶୁଙ୍କୁ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ରଖି ପଢ଼ିବାର ବ୍ୟବସ୍ଥା କରିଛନ୍ତି । ଏହାର ସମସ୍ତ ଦାୟିତ୍ୱ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବହନ କରିବ ବୋଲି ଗତକାଲି ବରଗଡ ଜିଲ୍ଲାପାଳ ଟ୍ୱିଟର ଯୋଗେ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସେମାନଙ୍କୁ ଥଇଥାନ କରାଯିବାର ପ୍ରତିଶୃତି ଦେଇଥିବାରୁ ବରଗଡ ଜିଲ୍ଲାପାଳଙ୍କୁ ଯଶୋବନ୍ତ ରଣା ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.