oom

ଅଲ ଓଡିଶା ଟେଣ୍ଟ ହାଉସ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା ଏସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଜୀବନ ଜୀବିକା ପାଇଁ ଟେଣ୍ଟ ହାଉସ ମାଲିକ ସଂଘ ପକ୍ଷରୁ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଲ ଓଡ଼ିଶା ଟେଣ୍ଟ ହାଉସ ଓନର ଆସୋସିଏସନ ଓ ବଲାଙ୍ଗିର ଜିଲ୍ଲାର ଟେଣ୍ଟ ହାଉସ ଏସୋସିଏସନର ମିଳିତ ଆନୁକୁଲ୍ୟରେ ବଲାଙ୍ଗିର ସାମ୍ବାଦିକ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨ ବର୍ଷ ହେଲା ମହାମାରୀ କରୋନା ସମୟରେ ଟେଣ୍ଟ ହାଉସ ବ୍ୟବସାୟ ସମ୍ପୁର୍ଣ୍ଣ ଠପ୍‌ ହୋଇଯାଇଛି । ଆର୍ଥିକ ଅବସ୍ଥାକୁ ଦୋହଲାଇ ଦେଇଛି । ବର୍ତ୍ତମାନ ଆଗାମୀ ବିବାହ ଋତୁରେ କେମିତି ସୁଚାରୁ ରୂପେ ସାମାଜିକ କାର୍ଯ୍ୟକ୍ରମ ସହିତ ୨୫୦ ରୁ ୫୦୦ ଲୋକଙ୍କର ସମାଗମ ଉପରେ ସରକାର ତୁରନ୍ତ ବିଚାର କରିବା ପାଇଁ ଅନୁରୋଧ କରିବା ସହିତ ବିନା ସୁଧରେ ଟେଣ୍ଟହାଉସ ବ୍ୟବସାୟୀଙ୍କୁ ଋଣ ଯୋଗାଇ ଦେବାପାଇଁ ଓଡିଶା ସରକାରଙ୍କୁ ଏସୋସିଏସନ ତରଫରୁ ନିବେଦନ କରାଯାଇଛି । ଏହି ସମ୍ମିଳନୀରେ ଅଲ ଓଡିଶା ଟେଣ୍ଟ ହାଉସ ଏସୋସିଏସନ ଏବଂ ବଲାଙ୍ଗିର ଆସୋସିଏସନର ସଭ୍ୟମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅଲ ଓଡିଶା ଆସୋସିଏସନ ଓ ଜିଲ୍ଲାର ସଂଗଠନ ଏବଂ କରୋନାର ମୁକାବିଲା କରି ଆମର ବ୍ୟବସାୟ କିପରି ଉନ୍ନତି ହେବ ଏହା ବିଷୟରେ ବିସ୍କୃତ ଆଲୋଚନା କରାଯାଇଥିଲା । ଏହି ସଭାରେ ଅଲ ଓଡିଶାର ଚେୟାରମ୍ୟାନ ଅଟଲ ବିହାରି ଜେନା ଓ ସମ୍ପାଦକ ମନୋରଂଜନ ସାହୁ, କୋଷାଧ୍ୟକ୍ଷ ଜୟ ନାରାୟଣ ସିଂ, ଉପସଭାପତି ରାମ ଦାଶ ମେହେର ଓ ପୂର୍ଣ୍ଣଚନ୍ଦ୍ର ଶର୍ମା, ସହ ସମ୍ପାଦକ ଅଶୋକ କୁମାର ପାଣିଗ୍ରାହୀ, ଉପଦେଷ୍ଠା ପ୍ରବୋଧ ଦାଶ, ଅଲ ଇଣ୍ଡିଆ ଟେଣ୍ଟହାଉସ ପଦାଧିକାରୀ ଗୁର ଚରଣ ଦାସ, ପ୍ରଭାତ ସାହୁ, ମନୋଜ ପଡିହାରି, ସୁନିଲ ସାହୁ, ଶଙ୍କର ସାହୁ ପ୍ରମୁଖ ଉପସ୍ଥିତଥିଲେ । ଏହି ବୈଠକରେ ଉପଦେଷ୍ଠା ଅଶୋକ କୁମାର ସାହୁ, ସମ୍ପାଦକ ସୁଦାମ ଦାସ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ, ଉପସଭାପତି ନରେନ୍ଦ୍ର ନିହାର, ସହସମ୍ପାଦକ କମଲଜିତ ସାହୁ, ସଭ୍ୟ ରଶ୍ମିକାନ୍ତ ପଟେଲ, ଶଙ୍କର ଶେଖର ମେହେର, ସୁରେନ୍ଦ୍ର କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଦାସରଥି ବାଗ ପ୍ରମୁଖ ଯୋଗାଦାନ କରିଥିଲେ । ଏହି ସଭାକୁ ବଲାଙ୍ଗିର ଆସୋସିଏସ ସଭାପତି ପ୍ରେମଜିତ କୁମାର ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.