oom

ତେଲନଦୀରୁ ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

jsmm

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ଗାଁ ପଂଚାୟତର ତେଲନଦୀରୁ ଏକ ଅଜଣା ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । କିନ୍ତୁ ମୃତ ମହିଳାଙ୍କ ପରିଚୟ ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ସୂଚନା କ୍ରମେ ତେଲନଦୀରେ ଏକ ମୃତଦେହ ଭାସୁଥିବାର ଦେଖି ତେଲନଦୀ ପଂଚାୟତ ସରପଞ୍ଚ ରାଜୁ ସାନ୍ତା ଝରୀଗାଁ ପୋଲିସକୁ ଖବର ଦେଇଥିଲେ। ଝରୀଗାଁ ଥାନା ଅଧିକାରୀ ତପନ କୁମାର ପତିଙ୍କ ନିର୍ଦେଶରେ ଏସ.ଆଇ.କେ ଲକ୍ଷ୍ମୀ ନାରାୟଣ ଦୋରା ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରିଥିଲେ । ଏହାକୁ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକଟିକୁ ଚିହ୍ନଟ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରର ଗୃହକୁ ପଠାଯାଇଛି । ମୃତ ମହିଳାଙ୍କ ଶବ ଚିହ୍ନଟ ପାଇଁ ସେଠାରେ ୯୬ ଘଣ୍ଟା ରଖାଯିବ ବୋଲି ଆଇ.ଆଇ.ସି ଶ୍ରୀ ପତି ସୂଚନା ଦେଇଛନ୍ତି । ମହିଳାଙ୍କ ବୟସ ଆନୁମାନିକ ୨୫ ବର୍ଷରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଥାନା ଅଧିକାରୀ ତପନ କୁମାର ପତି ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ନା ଆତ୍ମହତ୍ୟା ଏବଂ କେତେ ଦିନ ତଳେ ଘଟଣା ଘଟିଥିଲା କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ପତି କହିଛନ୍ତି ।

jittmm
Leave A Reply

Your email address will not be published.