ଖୋଲିଲା ତେଲିଙ୍ଗିରି ଡ୍ୟାମ୍‌ର ଗେଟ୍‌

କୋରାପୁଟ, (ଏସ୍‌. ସୁନ୍ଦରମ୍‌) : ଲଗାଣ ବର୍ଷାରେ ବେହାଲ ସାଧାରଣ ଜନ ଜୀବନ । ଜଳ ଭଣ୍ଡାରରେ ଜଳ ଧାରଣ କ୍ଷମତା ବି ବଢ଼ିଛି । ସେହି କ୍ରମରେ କୋରାପୁଟ ଜିଲ୍ଲାର ତେଲିଙ୍ଗିରି ଜଳ ସେଚନ ପ୍ରକଳ୍ପର ଗୋଟିଏ ଗେଟ୍‌ ଅପରାହ୍ନ ୫.୩୦ ମିନିଟ୍‌ରେ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଇଛି । ବନ୍ୟା ଜଳ ନିଷ୍କାସନ କରାଯିବା ପୂର୍ବରୁ ତଳିଆ ଅଞ୍ଚଳକୁ ଡ଼ାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ସତର୍କ କରିଛି ବିଭାଗ । ସେପଟେ ତେଲିଙ୍ଗିରି ଜଳସେଚନ ପ୍ରକଳ୍ପର ସର୍ବାଧିକ ଜଳ ଧାରଣ କ୍ଷମତା ୬୩୩ ମିଲିମିଟର ଥିବାବେଳେ ବର୍ତ୍ତମାନ ଜଳଭଣ୍ଡାର ସ୍ତର ୬୩୧ ମିଲିମିଟର ଜଳ ସ୍ତର ରହିଛି । ନିୟମ ଅନୁଯାୟୀ ଜଳଭଣ୍ଡାରରେ ୮୦℅ ପ୍ରତିଶତରୁ ଅଧିକ ଜଳ ଗଚ୍ଛିତ ହେଲେ ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରାଯାଏ । ଚଳିତ ବର୍ଷ ତେଲେଙ୍ଗିରିରେ ଜଳ ସ୍ତର ବୃଦ୍ଧି ପାଇଛି । ଏଣୁ ଗୋଟିଏ ଗେଟ ଖୋଲି ଜଳ ନିଷ୍କାସନ କରାଯାଉଛି ।

Leave A Reply

Your email address will not be published.