oum

ନରସିଂହଙ୍କ କରକମଳରେ ତେଲି ଭବନର ଭିତ୍ତିପ୍ରସ୍ତର ସ୍ଥାପନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡ଼ାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ତେଲି ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଆୟୋଜିତ ଉତ୍ସବରେ ସମାଜର ଶତାଧିକ ପୁରୁଷ ମହିଳା ଏକତ୍ରିତ ହୋଇଥିବା ବେଳେ ରୀତିନୀତି ଅନୁସାରେ ଭିତ୍ତିପ୍ରସ୍ତର ସ୍ଥାପନର ପୂଜନ କର୍ମ ସମାପ୍ତି ପରେ ଶାନ୍ତିପଡ଼ା କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବିଧାୟକ ଶ୍ରୀ ମିଶ୍ର ତୈଳିକ ବୈଶ୍ୟ ସମାଜର ସଦସ୍ୟ ସଦସ୍ୟାମାନଙ୍କୁ ଉଦ୍‌ବୋଧନ ଦେଇ ଆଗାମୀ ଦିନରେ ସମାଜର ଉନ୍ନତି ସକାଶେ ସେ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଆଜି ପୂର୍ବାହ୍ନରେ ଶାନ୍ତିପଡ଼ାଛକରେ ବିଧାୟକ ଶ୍ରୀ ମିଶ୍ର ପହଂଚିବା ପରେ ସମାଜ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । କୀର୍ତ୍ତନ ତଥା ଘଂଟଶଙ୍ଖର ତାଳେ ତାଳେ ତାଙ୍କୁ କଲ୍ୟାଣମଣ୍ଡପ ନିକଟରେ ଅବସ୍ଥିତ ଜିଲ୍ଲା ତୈଳିକ ବୈଶ୍ୟ ସମାଜ କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା । ସେଠାରେ ଆନୁଷ୍ଠାନିକ ଭାବେ ତାଙ୍କ ପଦଧୌତ କରି ଅନ୍ୟମାନଙ୍କ ସହ ସ୍ୱାଗତ କରିଥିଲେ ସମାଜର କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ । ଏହାପରେ ରୀତିନୀତି ଅନୁସାରେ ଭିତ୍ତିପ୍ରସ୍ତର ସ୍ଥାପନର ପୂଜାରେ ଯୋଗ ଦେଇ ବିଧାୟକ ଶ୍ରୀ ମିଶ୍ର ଭିତ୍ତିପ୍ରସ୍ତର ସ୍ଥାପନର ସୂଚନା ଫଳକ ଉଦ୍‌ଘାଟନ କରିଥିଲେ । ପରେ ପରେ କଲ୍ୟାଣମଣ୍ଡପରେ ଆରମ୍ଭ ହୋଇଥିଲା ସାଧାରଣ ସଭା । ଏଥିରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସଭାପତି ଉମାକାନ୍ତ ସାହୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ବିଧାୟକ ଶ୍ରୀ ମିଶ୍ର । ସାଧାରଣ ସଂପାଦକ ପ୍ରଦୀପ କୁମାର ସାହୁ ଏବଂ ସାଂଗଠାନିକ ସଂପାଦକ ବିକାଶ ସାହୁ ମଧ୍ୟ ମଂଚାସୀନ ଥିଲେ । ସଭା ସଂଚାଳନ କରିଥିଲେ ଯୁବ ଉଦ୍‌ଘୋଷକ ଜ୍ୟୋତି ସାହୁ । ଏହି ସଭାରେ ବିଧାୟକ ନରସିଂହଙ୍କୁ ସମାଜ ପକ୍ଷରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନରେ ସମାଜ ରେବତୀକାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ, ଦେବଦତ୍ତ ସାହୁ, ବିରଂଚି ସାହୁ, ଆନନ୍ଦ କୁମାର ସାହୁ, ଦୁର୍ଗାପ୍ରସାଦ ସାହୁ, କୃଷ୍ଣବିହାରୀ ସାହୁ, ରବୀନ୍ଦ୍ର ସାହୁ, ଅନୁପ କୁମାର ସାହୁ, ଅର୍ଚ୍ଚନା ସାହୁ, ଦିଲୀପ କୁମାର ସାହୁ, ପରମାନନ୍ଦ ସାହୁ, ପ୍ରଦୀପ କୁମାର ସାହୁ, ରାଜକିଶୋର ସାହୁ, ଶ୍ୟାମସୁନ୍ଦର ସାହୁ, ହିମାଂଶୁ ସାହୁ, ପ୍ରହ୍ଲାଦ ସାହୁ, ଅଙ୍କିତ ସାହୁ, ସ୍ୱିଟି ସାହୁ, ବବିତା ସାହୁ, ସବିତା ସାହୁ, ଝରଣା ସାହୁ, ଶୋଭନ ସାହୁ, ଯାଜ୍ଞସେନୀ ସାହୁ, ଆଶୁତୋଷ ସାହୁ, ଅଭୟ ସାହୁ, ପ୍ରମୋଦ ସାହୁ, ଦେବେନ୍ଦ୍ର ସାହୁ, ଡ. ସରୋଜ କୁମାର ସାହୁ, ମୟ କୁମାର ସାହୁ, ବଳଦେବ ସାହୁ, ସୌକିଲାଲ ସାହୁ, ଅଙ୍ଗିରା ସାହୁ, ଭୋଜରାଜ ସାହୁ, ରାସବିହାରୀ ସାହୁ, ରାମପ୍ରସାଦ ସାହୁ, ଶୋଭମ ସାହୁ ଫକୀର ସାହୁ, ପ୍ରସନ୍ନ ସାହୁ, ଧୃବ ସାହୁ ଶରତ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.