ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ତିନି ବର୍ଷ ହେଲା ଏ ଅଫିସରୁ ସେ ଅଫିସ ଧାଉଁଛନ୍ତି ତେଜମନ୍ତି

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି । କିନ୍ତୁ ସେ ଯୋଜନା ସବୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ମଝିରେ ଦୂର୍ନିତୀ କର୍ମଚାରୀମାନେ କିଛି ପଇସା ପାଇଁ ଗରିବଙ୍କ ହକ୍ ଅନ୍ୟକୁ ବିକ୍ରି କରୁଛନ୍ତି । ଖପ୍ରାଖୋଲ ବ୍ଲକ କରୁଁଆଝର ପଞ୍ଚାୟତ ଅନ୍ତର୍ଗତ ମସିଣା ଗ୍ରାମର ତେଜମନ୍ତୀ ଶଗଡ଼ିଆ ନିହାତି ଗରିବ ଶ୍ରେଣୀର ବିପିଏଲ ଶ୍ରେଣୀ ଭୁକ୍ତ।ଗତ ତିନି ବର୍ଷ ହେଲାଣି ତାଙ୍କ ମାଟି ଛପର ଘରଟି ଭାଙ୍ଗି ଯାଇଛି । ଏହି ତିନି ବର୍ଷରେ ସେ ଅନେକ ଥର ବିଡ଼ିଓ ଅଫିସ, ପଞ୍ଚାୟତ ଅଫିସକୁ ଧାଇଁ ଧାଇଁ ଥକି ଗଲେଣି । କି‌ନ୍ତୁ ଫଳ ସୂନ୍ କେବଳ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି । ଗରିବ ଶ୍ରେଣୀର ହୋଇଥିବାରୁ ପୁଅ ସୁଦୁର ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଛି । ଜରିପାଲ ଢାଙ୍କି ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି । ଯଦି ଅତି ଶୀଘ୍ର ତାଙ୍କୁ ଘରଟିଏ ନମିଳେ ତାହେଲେ ସେ ଅନଶନରେ ବସିବେ ବୋଲି କୋହଭରା କଣ୍ଠରେ କହିଛନ୍ତି ।

Leave A Reply

Your email address will not be published.