om academy

ସୁବର୍ଣ୍ଣପୁରରେ ଆସନ୍ତା ୧୫ ତାରିଖରେ ହେବନାହିଁ ଟୀକାକରଣ

jsm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସରକାରଙ୍କ କୋଭିଡ ଟୀକାକରଣ ନିମନ୍ତେ ନୂତନ ନିର୍ଦେଶନାମା ଅନୁଯାୟୀ ଜିଲ୍ଲାରେ ତା୧୫/୦୫/୨୧ରେ ହେବାକୁ ଥିବା ଦ୍ଵିତୀୟ ଡୋଜ ଟୀକାକରଣକୁ ସାମୟିକ ଭାବେ ବାତିଲ କରାଯାଇଛି । ପ୍ରକାଶ ଥାଉ କି, ତା୧୩/୦୫/୨୧ରେ ପ୍ରଶାସନ ତରଫରୁ ଦ୍ଵିତୀୟ ଡୋଜ ଟୀକାକରଣ ନିମନ୍ତେ ଜନସାଧାରଣଙ୍କ ପାଇଁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା । ମାତ୍ର ନୂତନ ନିର୍ଦେଶନାମା ହେତୁ ସୂଚନାରେ ଅନିଚ୍ଛାକୃତ ଭାବେ ବାଧ୍ୟ୍ୟ ହୋଇ ପରିବର୍ତନ କରାଗଲା । ଜନସାଧାରଣଙ୍କ ଅସୁବିଧା ନିମନ୍ତେ ପ୍ରଶାସନ ଓ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦୁଃଖ ପ୍ରକାଶ କରାଯିବା ସହ ଜନସାଧାରଣଙ୍କ ସହଯୋଗ କାମନା କରାଯାଉଛି । ଜିଲ୍ଲାରେ ପରବର୍ତ୍ତୀ ଟୀକାକରଣ ପାଇଁ ଆବଶ୍ୟକ ସୂଚନା ପ୍ରଦାନ କରାଯିବ ।

Leave A Reply

Your email address will not be published.