ସଇଁନ୍ତଲା ଡାକ୍ତରଖାନାରେ ୬୭ ଜଣଙ୍କୁ କରୋନା ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡାକ୍ତରଖାନା ପରିସରରେ ପ୍ରଥମ ପର୍ୟ୍ୟାୟରେ ୬୭ ଜଣ କରୋନା ଯୋନ୍ଧାଙ୍କୁ କରୋନା ଟୀକା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୀକା କରଣ ଉଦ୍‌ଘାଟନ କରିବା ସହ କରୋନା ଯୋନ୍ଧାଙ୍କୁ ଉତ୍ସ।ହିତ କରିଥିଲେ । ଏଏନ୍‌ଏମ୍‌ ସଂଯୁକ୍ତା ରଣା ଏବଂ ରସଡା ମହାଡ଼ି ଟୀକା ଦେବାରେ ସାହାଯ୍ୟ କରିଥିଲେ । ଡାକ୍ତରଖାନାର ସମସ୍ତ କର୍ମଚାରୀମାନଙ୍କୁ ଟୀକା ପ୍ରଦାନ କରାଯାଇଛି । ଏଥିରେ ଡା.ସୌମ୍ୟରଞ୍ଜନ ନାଏକ, ଡ଼ା.ସମରେନ୍ଦ୍ର ମହାପାତ୍ର, ପିଏଚଓ ମୀନା ତ୍ରିପାଠୀ, ବିପିଏମ ପରେଶ ସାହୁ, ଆଶିଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.