ତାତିର ତାଣ୍ଡବ : ଆକାଶରୁ ବର୍ଷୁଛି ନିଆଁ

ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ବର୍ଷୁଛି ନିଆଁ । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ ୪୪.୬, ହୀରାକୁଦରେ ପାରଦ ରହିଛି ୪୪.୫ ଡିଗ୍ରୀ ସେଲସିୟସ୍ । ରାଉରକେଲା ୩୯.୪, ଗୋପାଳପୁର ୩୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ । ଆହୁରି ତିନି ଦିନ ନିସ୍ତାର ନାହିଁ । ଆଗାମୀ ତିନି ଦିନ ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ୭ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ସିଭିୟର ହିଟୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.