oom

ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କର ମଜା ଆସନ୍ତା ୧୩ ଓ ୧୪ରେ

jsmm

ରାଉରକେଲ, (ସସ୍ମିତା ପ୍ରଧାନ) : ସମ୍ପ୍ରତି ଟାଟା ଆଇପିଏଲ୍‌ର ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍‌ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ବେଳେ ଏହି ଖେଳକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ ତରଫରୁ ସ୍ଥାନୀୟ ସେକ୍ଟର ୧୭ ପଡ଼ିଆଠାରେ ଏହାକୁ ଉପଭୋଗ କରିବା ବଡ ସ୍କ୍ରିନ ମାଧ୍ୟମରେ ନିଃଶୁଳ୍କ ଦେଖାଇବାର ବନ୍ଦୋବସ୍ତ କରିଛି । ଏନେଇ ହୋଟେଲ ରାଧିକା ରିଜେନ୍ସି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିସିସିଆଇ ସଭ୍ୟ ଅମିତ ସିଦ୍ଧେଶ୍ୱର, କୁଞ୍ଜବିହାରୀ ରାଉତ ଓ କ୍ରୀଡା ଅଧିକାରୀ ରଘୁନନ୍ଦନ ପାଢ଼ୀ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଟାଟା ଆଇପିଏଲ୍‌ ୯ ବର୍ଷ ଧରି ଏହି କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ରାଉରକେଲାରେ ଗତବର୍ଷର ସଫଳତା ପରେ ଚଳିତ ବର୍ଷ ମଧ୍ୟ ଏହା ଆୟୋଜନ କରିଛି । ଏହି ଖେଳକୁ ସମସ୍ତେ ନିଶୁଳ୍କ ଦେଖିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଖେଳକୁ ଷ୍ଟାଡିୟମ୍‌ରେ ଦେଖିବା ଭଳି ଅନୁଭବ କରିବା ପାଇଁ ଫ୍ୟାନ୍‌ମାନେ ହ୍ୱିସିଲ୍‌ ମାରିବା, ଚିଅର୍‌ କରିବା, ମୁହଁରେ ପେଣ୍ଟିଂ କରିବା, ପାଟି କରିବା, ଅତି ଖୁସିରେ ନକଲ କରିବା ସହ ନିଜ ପସନ୍ଦର ଖେଳାଳିଙ୍କୁ ଉତ୍ସାହିତ କରିବେ । ୧୩ ତାରିଖ ଦିନ ସନ୍ଧ୍ୟା ସାଢ଼େ ୬ ଟାରେ ଓ ୧୪ ତାରିଖ ଦିନ ସାଢ଼େ ୨ଟାରେ ଖେଳ ଆରମ୍ଭ ହେବ । ଏହି ଦୁଇ ଦିନରେ ପଞ୍ଜାବ କିଙ୍ଗସ୍ ସହ ରାଜସ୍ଥାନ ରୟାଲ, କଲିକତା କିଙ୍ଗସ୍ ରାଇଡର୍ସ ସହ ଲକ୍ଷ୍ନୌ ସୁପର ଜାଏଣ୍ଟ ଓ ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ହେଉଥିବା ଖେଳ ବଡ ସ୍କ୍ରିନ ମାଧ୍ୟମରେ ଦେଖିପାରିବେ । ଖେଳ ମଝିରେ ମନୋରଞ୍ଜନ କାର୍ଯ୍ୟକ୍ରମ, ମିଡ଼ିଆ ସହ ବାର୍ତ୍ତାଳାପ, ଛୋଟ ପିଲାଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଲକି ଡ୍ର ଆଦି କରାଯିବ । ତେଣୁ ଏହାକୁ ସହରବାସୀ ଅଧିକରୁ ଅଧିକ ସଂଖ୍ୟାରେ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଣାଦୀପ ମିତ୍ର, ରୋହିତ ଦରିଆନ, ରୂବେଲ ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.