
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନନ୍ୟ ସେବା କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି, ସ୍ୱେଚ୍ଛାସେବୀ ଗୋଷ୍ଠୀ ଯାହାଙ୍କ ତ୍ୟାଗ ଅନନ୍ୟତାର ଉଦାହରଣ ସୃଷ୍ଟି କରିଛି । ଚଇତି ଯାତ୍ରାର ଶେଷ ପାଳିରେ ଗଞ୍ଜାମ ଅଧିଷ୍ଠାତ୍ରୀ ମାଁ ତାରାତାରିଣୀ ମାଁ ଦୁର୍ଗା ରୂପେ ବେଶ ଧାରଣ କରିଥିବା ବେଳେ ଏହି ଅପୂର୍ବ ବେଶ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟିଥିଲା । କିନ୍ତୁ ପୂର୍ବ ପାଳି ପରି ଏଥର ମଧ୍ୟ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ଭୁବନେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୫୦ଜଣ ସ୍ୱେଚ୍ଛାସେବୀ ଅଣ୍ଟା ଭିଡିଥିଲେ ସମସ୍ତ ପ୍ରକାର କାର୍ଯ୍ୟରେ ଭକ୍ତ ତଥା ପ୍ରଶାସନକୁ ସାହାର୍ଯ୍ୟ କରିବାକୁ । ଏହି କ୍ରମରେ ଭୋର ୪ ଘଟିକାରୁ ଦିବା ୨ଘଟିକା ପର୍ଯ୍ୟନ୍ତ ଭକ୍ତଙ୍କୁ ଧାଡ଼ିରେ ଛିଡା କରାଇବା ତଥା ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କୁ ସୁଚାରୁ ଦର୍ଶନ କରାଇବା ଆଦି କାମ ଅନ୍ୟତମ ଥିଲା, ଯେଉଁଥିରେ ସହଯୋଗର ହାଥ ବଢାଇଥିଲେ ଛଞ୍ଚାଣ ବେହେରା, ମୋହନ ସାହୁ, ବିଜୟ ପର୍ଶୁରାମ, ଜି. ଗଣେଶ ରେଡ୍ଡୀ ଓ ପ୍ରସାଦ ରେଡ୍ଡୀ । କିନ୍ତୁ ସବୁଠୁ ପ୍ରଶଂସନୀୟ କାମ ଥିଲା ଉଦୁଉଦିଆ ଖରାରେ ଶ୍ରଦ୍ଧାଳୁଙ୍କୁ ଜଳ ବଣ୍ଟନ କରାଯାଇଛି । ସୂଚନାଯୋଗ୍ୟଯେ, ବିଗତ ପାଳି ଭଳି ଏଥର ମନୋରଞ୍ଜନ ବେହେରା, କେସି ରାଓ, ସତ୍ୟବ୍ରତ ପଟ୍ଟନାୟକ ଓ ଲସିତ ବେହେରାଙ୍କ ସହଯୋଗରେ ପାହାଚ ବାଟ ଦେଇ ପାହାଡ଼କୁ ଆସୁଥିବା ବ୍ୟକ୍ତିଙ୍କୁ ଓ.ଆର.ଏସ. ପାଣି ବଣ୍ଟନ କରାଯାଇଥିଲା । ସେହିପରି ଏସ. ରାମକୃଷ୍ଣ ରେଡ୍ଡୀ, ଲକ୍ଷ୍ମୀ ନାରାୟଣ ପ୍ରଧାନ ଓ ଶିବ ପ୍ରସାଦ ବେହେରା ଲୋକଙ୍କୁ ଶୃଙ୍ଖଳିତ ଦର୍ଶନ କରିବାରେ ସହାୟତା କରିଥିଲେ । ଆଜି ଯେତେବେଳେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଅନ୍ୟ ବିଧାୟକ ମନ୍ଦିର ପରିଦର୍ଶନ କରିଥିଲେ, ସେତେବେଳେ ଏହି ସେବା ଦଳର ସବୁ ସମୟର ଭୂମିକାକୁ ନେଇ ପ୍ରଶଂସା କରିଥିଲେ ଓ ଆଗକୁ ଏ ଭଳି କାମ ଜାରି ରଖିବାପାଇ ପରାମର୍ଶ ଦିଆଯାଇଛି ।