୨ରୁ ୩ ଡିଗ୍ରୀ ବଢିବ ରାତି ତାପମାତ୍ରା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀରୁ ଅଧିକ ରହିଛି । ଭୁବନେଶ୍ୱର ଓ ପାରାଦୀପରେ ରାତି ତାପମାତ୍ରା ୨୦.୫ ଡିଗ୍ରୀ ରହିଛି । ରାତି ତାପମାତ୍ରା ଅଧିକ ରହୁଥିବାରୁ ଶୀତ କମୁଛି । ଆଗାମୀ ତିନି ଦିନରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କୋରାପୁଟରେ ରାତି ତାପମାତ୍ରା ସର୍ବନିମ୍ନ ୧୨ଡିଗ୍ରୀ ରହିଛି । ସେହିପରି ଆସନ୍ତା ଦୁଇ ଦିନ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ୧୯ରେ ବି ଘନ କୁହୁଡ଼ି ଆଶଙ୍କା ଅଛି । ଶନିବାର ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୫.୬ ଡିଗ୍ରୀ ରହିଥିଲା । ଭବାନୀପାଟଣାରେ ୩୪.୮, ବୌଦ୍ଧରେ ୩୪.୫, ଟିଟିଲାଗଡ଼ ଓ ମାଲକାନଗିରିରେ ୩୪.୪, ଅନୁଗୁଳରେ ୩୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.