ଦୁର୍ଗାପାଲିରେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅନ୍ତର୍ଗତ ଦୁର୍ଗାପାଲି ଗାଁରେ ଜଣେ କାର୍ଯ୍ୟରତ ଶିକ୍ଷୟତ୍ରୀଙ୍କୁ ସ୍କୁଲ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଛି । ଶିକ୍ଷୟତ୍ରୀ ଜଣକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ସଞ୍ଜୁରାଣୀ ଦେବତା । ସଞ୍ଜୁ ଦେବତା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାହାଲର ପ୍ରଦୀପ ପଣ୍ଡାଙ୍କୁ ଗତ ଏକ ବର୍ଷ ତଳେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ପ୍ରଦୀପ ଟିଟିଲାଗଡ଼ ସ୍ଥିତ ସିଲୁଆଁ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି । ତେବେ ବିବାହ ସମୟରେ ଯୌତୁକ କମ୍ ଆଣିଥିବାରୁ ତାଙ୍କ ସ୍ୱାମୀ ବିବାହର ୫ ଦିନ ପରେ ତାଙ୍କୁ ଗାଲିଗୁଲଜ କରିବା ସହ ମାଡ଼ ମାରିବା ଆରମ୍ଭ କରିଥିଲେ । ଏକ ବର୍ଷ ମଧ୍ୟରେ ପ୍ରାୟ ୫ ଥର ଏଭଳି ଘଟଣା ଘଟିବାରୁ ସଞ୍ଜୁ ତାଙ୍କ ସ୍ୱାମୀଙ୍କୁ ଛାଡି ଅଲଗା ରହିବାକୁ ନିଷ୍ପତ୍ତି ନେଇ ନିଜର କାର୍ଯ୍ୟସ୍ଥଳ ଦୂର୍ଗପାଲିରେ ଭଡ଼ା ଘରେ ରହୁଥିଲେ । ଅଲଗା ରହିବା ଦିନ ଠାରୁ ପ୍ରଦୀପ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ ବୋଲି ସଞ୍ଜୁ କହିଥିଲେ । ଆଜି ସକାଳ ପ୍ରାୟ ୧୧.୦୦ ସମୟରେ ସଞ୍ଜୁଙ୍କ ବିଦ୍ୟାଳୟକୁ ଯାଇ ତାଙ୍କୁ ଡାକି ଥିବା ବେଳେ ସଞ୍ଜୁ ମନା କରିବାରୁ ତାଙ୍କ ତଣ୍ଟିରେ ଏକ ଛୁରୀରେ ଆକ୍ରମଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.