
ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୭/୧୭ ଛକଠାରେ ଟଙ୍କ ତୋରାଣି ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସହରର ପ୍ରାୟ ଦୁଇ ହଜାରରୁ ଅଧିକ ପଥଚାରୀଙ୍କୁ ଟଙ୍କତୋରାଣୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଡ. ଦେବାଶିଷ ପଟ୍ଟନାୟକ, ଡ଼ଃ ଅବନୀ କୁମାର ଦାଶ, ରାମକୃଷ୍ଣ ତ୍ରିପାଠୀ, ବିରଞ୍ଚି କୁମାର ବେହେରା, ପ୍ରିୟବ୍ରତ ସାମଲ, ପ୍ରଦୀପ କୁମାର ପଣ୍ଡା, ଅରବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟଙ୍କ ତୋରାଣିକୁ ପ୍ରସ୍ତୁତ କରିବାରେ ସନ୍ତୋଷ କୁମାର ପାଣିଗ୍ରାହୀ ଓରଫ୍ ମିଟୁ ନନା ପ୍ରସ୍ତୁତ କରିଥିବା ବେଳେ ସର୍ବଶ୍ରୀ ବ୍ରଜେନ୍ଦ୍ର ଦାଶ, ଜଗନ୍ନାଥ ରାଉତ, ନିହାରିକା ବସ୍ତିଆ, କୁଞ୍ଜବିହାରୀ ରାଉତ, ଭୋଳେଶ୍ୱର ବେହେରା ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।