୨୧ମାସର ଭତ୍ତା ଟଙ୍କା ହଡପ ଘଟଣାରେ ଦଳିତ ଅଧିକାର ମଞ୍ଚର ସିନାପାଲି ବ୍ଲକ ସମ୍ମୁଖରେ ଗଣ ଧାରଣା

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତରେ କୁନ୍ତି ମେହେରଙ୍କ ୨୧ ମାସର ଭତ୍ତା ଟଙ୍କା ହଡପ କରିଥିବା ଅଭିଯୋଗରେ ଦୁର୍ନୀତି କରିଥିବା ପିଇଓଙ୍କ ବିରୋଧରେ ବହିଷ୍କାର ଦାବି କରି ଦଳିତ ଅଧିକାର ମଞ୍ଚ ସିନାପାଲି ବ୍ଲକ ସମ୍ମୁଖରେ ଗଣଧାରଣା ଦେଇଛି । ଦୀର୍ଘ ସମୟ ଧରି ଧାରଣାରେ ଆନ୍ଦୋଳନକାରୀ ବସିଥିବା ବେଳେ ସିନାପାଲି ବିଡିଓ କାର୍ମୀ ଓରାମ ଧାରଣା ସ୍ଥଳକୁ ଆସି ବୁଝାସୁଝା କରିଥିଲେ ଏବଂ ଆଗାମୀ ୭ ଦିନରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ର୍ରୁତି ଦେବାପରେ ଆନ୍ଦୋଳନକାରୀ ଧାରଣାରୁ ଓହରିଥିଲେ । ଆଗାମୀ ୭ ଦିନ ଭିତରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଭୟାଭୟ ଆନ୍ଦୋଳନ ହେବ ବୋଲି ଦଳିତ ଅଧିକାର ମଞ୍ଚ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.