oom

କାଳ ବୈଶାଖୀର ତାଣ୍ଡବ ରୂପ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ସୋମବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି କ୍ଷୀପ୍ର ପବନ ଓ ବର୍ଷା ପ୍ରଭାବରେ ନାହିନଥିବା କ୍ଷୟକ୍ଷତି ହେବା ସହ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି । ଫଳରେ ଝାରେଡି ରାଧା ଗୋବିନ୍ଦ ପୁର, ସାନ ରାମଚନ୍ଦ୍ର ପୁର, ସୁବଳୟା, ରାମଗଡ଼ ପ୍ରମୁଖ ପଞ୍ଚାୟତରେ ଶସ୍ୟକ୍ଷେତ୍ରରେ ଲାଗିଥିବା ପନିପରିବାର ବୁଣା ଯାଇଥିବା ବିହନ ପଚି ନଷ୍ଟ ହୋଇଯାଇଥିବା ବେଳେ ଭେଣ୍ଡି, ବାଇଗଣ ଓ ଆନ୍ୟାନ୍ୟ ଫସଲ ନଷ୍ଟ ହୋଇଯାଇଥିବା ଲକ୍ଷ କରାଯାଇଛି । ରାସ୍ତାରେ ବଡ଼ ବଡ଼ ଗଛ ଗୁଡିକ ବିଭିନ୍ନ ସ୍ଥାନରେ ପଡି ରାସ୍ତା ଅବରୋଧ ହୋଇପଡ଼ିଥିବା ବେଳେ ସିପକୁଡା ପୃଥ୍ୱୀରାଜ ନାହାହଙ୍କ ବାଇକରେ ଏକ ବିଦ୍ୟୁତ ପୋଲ ପଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ପାଣି ପଞ୍ଚାୟତ ଦ୍ୱାରା ପ୍ରଦତ୍ତ ସୋଲାର ପ୍ଲେଟ ଭାଙ୍ଗିରୁଜି ଯାଇଛି । ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଡି ପଡିଛି । କଣ୍ଟାପଡା ଛକଠାରୁ ସିପକୁଦା, କଣ୍ଟାପଡା ଛକରୁ ବିଟି ନୁଆଁ ଗାଁ ବାଲିବଗଡ଼ଠାରୁ ପାଲୁରୁ ଗଡ଼,୧୬ ନମ୍ବର ଜାତୀୟ ରାଜପଥରେ ବୁରୁଡି ଠାରୁ ହୁମ୍ମା ମଧ୍ୟରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଏନେଇ ସ୍ଥାନୀୟ ସମାଜସେବୀ ଶ୍ରୀ ନାହାକ ଗଞ୍ଜାମ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଙ୍ଗେ ସଙ୍ଗେ ବିଡ଼ିଓ ଓଡାର୍ପି ଓ ଦମକଳ ବାହିନୀକୁ ଯୋଗାଯୋଗ କରିବା ସହ ନିଜେ ଉପସ୍ଥିତ ରହି ରାସ୍ତା ଅବରୋଧ ହଟାଇବା ବ୍ୟବସ୍ଥା କରାଇଥିଲେ । କଣ୍ଟାପଡା ଛକରେ ରହିଥିବା ପେଟ୍ରୋଲ ପମ୍ପ ଓ କାଜୁ ତେଲ ଉତ୍ପାଦନ କମ୍ପାନିର ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଗତ କାଲିଠାରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଯୋଗୁଁ ଅଂଚଳବାସୀ ନାହିନଥିବା ଆସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । ଚାଷୀ ସମୁଦାୟଙ୍କ କ୍ଷୟକ୍ଷତିର ଭରଣା ପାଇଁ ସରକାର ପଦକ୍ଷପ ନେବାକୁ ଅଂଚଳବାସୀ ଦାବୀ କରିଥିବା ବେଳେ ତୁରନ୍ତ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନେଇ ବିଭାଗିୟ
ଅଧିକାରୀ ପଦକ୍ଷେପ ନେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.