om academy

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅଢେଇ ବର୍ଷୀୟା କୁନି ଝିଅ ତମନ୍ନାର କରୋନା ସଚେତନତା ବାର୍ତ୍ତା

jsm

ଦେଓଗାଁ, (ମନୀଷ କୁମାର ସାହୁ) : ୟୁଟ୍ୟୁବର କ୍ୟୁଟି ତମନ୍ନା ଚେନାଲରେ କିଛି ଦିନ ପୂର୍ବରୁ ପୋଷ୍ଟ ହୋଇଥିବା ଏକ କୁନି ଝିଅର ଭିଡିଓ ଏବେ ଫେସବୁକ୍, ଇନଷ୍ଟାଗ୍ରାମ ସହ ହ୍ୱାଟ୍ସଆପ ଜରିଆରେ ଦୃତଗତିରେ ଭାଇରାଲ ହେବାରେ ଲାଗିଛି । ଏହି କୁନି ଝିଅ ଜଣକ ଭିଡ଼ିଓରେ କରୋନା ପ୍ରତି କିଭଳି ସଚେତନ ରହିବେ ସେନେଇ ଦର୍ଶାଇଛନ୍ତି । ଏହି ଭିଡ଼ିଓକୁ ବହୁ ସଂଖ୍ୟକ ଲୋକେ ପସନ୍ଦ କରୁଛନ୍ତି ।
ଏହି କୁନି ଝିଅ ଜଣକ ହେଉଛନ୍ତି ଦେଓଗାଁର ଚକ୍ରବର୍ତ୍ତୀ ଡୋଡକାଙ୍କ ଅଢେଇ ବର୍ଷର ଝିଅ ତମନ୍ନା ଡୋଡକା । ୨ବର୍ଷ ୬ମାସର ଏହି ଝିଅ ତମନ୍ନା ସେହି ଭିଡିଓ ଜରିଆରେ କହୁଛନ୍ତି ଯେ, ଘରେ ଥ, ମାସ୍କ ପିନ୍ଧ, କାହିଁ ନି ଯିବ, ସାନିଟାଇଜର ମାଖ, ଭଟାକେ ନି ବାହାର, ନିହେଲେ କରୋନା ହେବା । ଏତେ କମ୍ ବୟସର ଝିଅର ସ୍ଵରରେ ଏଭଳି ମଧୁରତା ଅଛି ଯେ ଏହି ଭିଡ଼ିଓଟି ଏବେ ୟୁଟୁବ ସହ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ଵାଟ୍ସଆପ ସହ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଦେଖିବାକୁ ମିଳିଛି । ୟୁଟୁବର ତାଙ୍କ ଏହି କ୍ୟୁଟି ତମନ୍ନା ଆକାଉଣ୍ଟରେ ଏବେ ସେ ଗୀତ ଗାଉଥିବା, ପ୍ରାର୍ଥନା ବୋଳୁଥିବା ଭଳି ବହୁ ଭିଡିଓ ମଧ୍ୟ ପୋଷ୍ଟ ହୋଇଛି । ଯାହାକୁ ବହୁ ସଂଖ୍ୟକ ଲୋକେ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.