
ଭୁବନେଶ୍ୱର, (କେପିଏନ୍ଏସ୍) : ତମାଖୁ ବ୍ୟବହାର ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ପାରିପାଶ୍ୱିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି । ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ତମାଖୁ ସେବନରୁ ନିବୃତ୍ତ ରହିବା ତଥା ଏଥି ନିମନ୍ତେ ଅନ୍ୟକୁ ସଚେତନ କରିବା ପାଇଁ ସଂକଳ୍ପ ନେବା ପାଇଁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।