ବଙ୍ଗୋମୁଣ୍ଡାରେ ହମାରା ରୋଜଗାର ଫାଉଣ୍ଡେସନ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆଜି ହମାରା ରୋଜଗାର ଫାଉଣ୍ଡେସନ ତରଫରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଙ୍ଗୋମୁଣ୍ଡା ବ୍ଲକର ୧୭ ଗୋଟି ପଞ୍ଚାୟତ ଗୁଡିକରୁ ୩୦୦ରୁ ଅଧିକ ମହିଳାମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ହମାରା ରୋଜଗାର ଫାଉଣ୍ଡେସନ ତରଫରୁ ସର୍ଫ ପାଉଡର, ଫିନାଇଲ, ଟଏଲେଟ କ୍ଲିନର, ଲିକ୍ୱିଡ଼୍‌ ଡିଟରଜେଣ୍ଟ ଘରେ ରହି ତାହା ନିଜେ ତିଆରି କରିପାରିବେ ସେ ଉପରେ ତାଲିମ ଦିଆଯାଇଥିଲା । ଏହି ତାଲିମ ଶିବିରରେ ଅନୁଷ୍ଠାନର ପ୍ରତିଷ୍ଠାତା ଭୈରବ ସତନାମୀ ଓ ଦୁଲ୍ଲବ ପଟେଲ ଉପସ୍ଥିତ ରହି ସମସ୍ତଙ୍କୁ ଏହି ତାଲିମ ଭବିଷ୍ୟତରେ ଏବଂ ଏହା ବ୍ୟବସାୟ ଭାବେ ଗ୍ରହଣ କରି ପାରିବେ ତାହା ଚର୍ଚ୍ଚା କରିଥିଲେ । ଉକ୍ତ ଉତ୍ପାଦକ ଗୁଡିକ ସମସ୍ତ ଗୃହଣୀ ମାନଙ୍କୁ କିପରି ଭାବରେ ବ୍ୟବସାୟ ତଥା ନିଜ ବ୍ୟବହାର କାର୍ଯ୍ୟରେ ଆସିବ ସେଥିପାଇଁ ସମସ୍ତଙ୍କୁ ତାଲିମ ମାଧ୍ୟମରେ ସଚେତନ କରାଯାଇଥିଲା । ଉକ୍ତ ତାଲିମ ଶିବିରରେ ସିନ୍ଧେକେଲା, ଝରିଆଲ, ଭାଲୁମୁଣ୍ଡା, ମୁଣ୍ଡପଦର, ଜାମଖୁଣ୍ଟା, କପିଲାଭଟା, ଭୁର୍ଷାଗୁଡା, ଅଲଣ୍ଡା, କଁସିଲ, ତୁରେକେଲା, ବଙ୍ଗୋମୁଣ୍ଡା ପଞ୍ଚାୟତ ସହ ବହୁ ପଞ୍ଚାୟତର ମହିଳାମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ଏହି ତାଲିମ ଶିବିରରେ ସମସ୍ତ ଘରଣୀ ମହିଳାଙ୍କୁ ବ୍ୟବସାୟ ପାଇଁ ସୁବିଧା ହେବ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି । ଏହି କାର୍ଯ୍ୟକ୍ରମରେ ରୋଜଗାର ମିତ୍ରମାନେ ଉପସ୍ଥିତ ଥିଲେ । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସଂଯୋଜକ ଭୋଜରାଜ ରଣା, ବବିତା ସାହୁ, ଲବଙ୍ଗ ସାହୁ, ଆରତୀ ବେହେରା, ତରୁଲତା ବେହେରା, କଲ୍ୟାଣୀ ମଜଖଂଡ, ଧରିତ୍ରୀ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.