ପରିଚାଳନା କମିଟିର ସଦସ୍ୟ ମାନଙ୍କ ପାଇଁ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେଇ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପାଇକମାଲ ସରପଞ୍ଚ ଧବଲେଶ୍ୱର ସାହୁ ଏବଂ ମହାଦେବ ବେହେରା ମିଳିତ ଭାବେ ଉଦଘାଟନ କରିଥିବା ବେଳେ ବିଦ୍ୟାଳୟ ସଭାପତି ପୁନିତରାମ ସୋନି ତାଲିମଦାତା ସୁଶାନ୍ତ କୁମାର ସାହୁ, କମଳାକାନ୍ତ ଭୋଇ ମଞ୍ଚାସୀନ ଥିଲେ । ଏହି ଶିବିରରେ ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପାଇକମାଲ ପ୍ରାଥମିକ ବିଦ୍ୟାଳୟ, ଶକ୍ତି ନଗର ପ୍ରାଥମିକ ବିଦ୍ୟାଳୟ, ସାଲେପାଲି ପ୍ରାଥମିକ ବିଦ୍ୟାଳୟ, ପାଇକମାଲ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନଅ ଜଣ ଲେଖାଏଁ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣି ବାରିକ ଯୋଗଦାନ କରି ବିଦ୍ୟାଳୟର ସଦସ୍ୟ ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଜର୍ଜଗଡ ପ୍ରାଥମିକ ବିଦ୍ୟାଳୟରେ ତପସ୍ୱିନୀ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ କୁଳମଣି ମିଶ୍ର, ପ୍ରକୃତିବନ୍ଧୁ ବିଭୁତି ଭୂଷଣ ମୁଣ୍ତ ଯୋଗଦାନ କରିଥିଲେ । ତାଲିମ ଦାତା ଭାବେ ସୁରେଶ ଚନ୍ଦ୍ର ସାହୁ, ଦେବେନ୍ଦ୍ର ମିଶ୍ର ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଆଜି ପାଇକମାଲ ବ୍ଲକର ସମସ୍ତ କେନ୍ଦ୍ରରୁ ଦୁଇଟି ଲେଖାଏଁ ସ୍ଥାନରେ ନିରୁପଣ କରି ବ୍ଲକର ସମସ୍ତ ବିଦ୍ୟାଳୟର ସଦସ୍ୟ ସଦସ୍ୟାମାନଙ୍କୁ ତାଲିମ ଦିଆଯିବା ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା ଜିଲ୍ଲା ଓ ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇ ଆସନ୍ତା ୨୯ ତାରିଖରେ ଶେଷ ହେବ ।

Leave A Reply

Your email address will not be published.