
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକର ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ (ୟୁଏସ୍) ତାଲିମ୍ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଡାହିମାଲ ଠାରେ ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ସୁରେନ୍ଦ୍ର ସୁନା ଓ ବିପିନ ବାଗ ଯୋଗ ଦେଇଥିଲେ । ସାଧନକର୍ମୀ ଭାବେ ପଞ୍ଚାନନ ରଣା ଓ ଜଗମୋହନ ତ୍ରିପାଠୀ ଯୋଗଦେଇ ୫୧ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସିଆର୍ସିସିଙ୍କୁ ତାଲିମ ଦେଇଥିଲେ । ଶେଷରେ ସିଆର୍ସିସି ଷଢାନନ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୧୦ ଏପ୍ରିଲରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିଶୁମାନଙ୍କ ଉପସ୍ଥାନ ଅନଲାଇନ ନିଆଯିବ ବୋଲି ଜଣା ପଡିଛି ।