centurian jitm

ଗୁଡଭେଲା ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ତାଲିମ ଶିବିର ଓ ୟୁଏସ୍ ତାଲିମ ଶିବିର ଉଦ୍‌ଘାଟିତ

nschool

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ତାଲିମ ଶିବିର ଗୁଡଭେଲା ହାଇସ୍କୁଲ ଠାରେ ଓ ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ (ୟୁଏସ୍) ତାଲିମ୍ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ହାଇସ୍କୁଲ ଡାହିମାଲ ଠାରେ ଏକ କାଳୀନ ଉଦଘାଟିତ ହୋଇଯାଇଛି । ପ୍ରସ୍ତୁତି ତାଲିମ ଶିବିରକୁ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ଗୁଡଭେଲା ବ୍ଲକ୍ କୋଅଡିନେଟର ଡାଏଟ୍ ବଲାଙ୍ଗିରର ଟିଚର୍ ଏଜୁକେଟର ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟ ମିତ୍ରା ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସ୍ଥାନୀୟ ପ୍ରଧାନ ଶିକ୍ଷକ ଯୁଗଳ କିଶୋର ସାହୁ ସଭାପତିତ୍ଵ କରିଥିଲେ । ଏଥିରେ ଦୁଇଟି ଭେନ୍ୟୁରେ ମୋଟ ୮୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୮ଜଣ ସାଧନକର୍ମୀ ତାଲିମ ଦେଉଛନ୍ତି । ଠିକ୍ ସେହିପରି ୟୁଏସ୍ ତାଲି୍ୱକୁ ଏବିଇଓ ସୁରେନ୍ଦ୍ର ସୁନା ଓ ବିପିନ ବାଗ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସ୍ଥାନୀୟ ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକ ସଭାପତିତ୍ୱ କରିଥିଲେ । ଏଥିରେ ସାଧନକର୍ମୀ ଭାବେ ପଞ୍ଚାନନ ରଣା ଓ ଜଗମୋହନ ତ୍ରିପାଠୀ ଯୋଗଦେଇ ୫୪ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ଦେଇଥିଲେ । ଶେଷରେ ସିଆର୍‌ସିସି ପୂର୍ଣ୍ଣଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!