ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିଆଇଇଟି ବରଗଡ଼ ଆନୁକୁଲ୍ୟରେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ ତ୍ରିଦିବସୀୟ ପ୍ରଗତି ପ୍ରଶିକ୍ଷଣ ସ୍ଥାନୀୟ ଟାଉନ୍ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ମୁଖ୍ୟତଃ ପ୍ରଧାନ ଶିକ୍ଷକ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ । ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ଏବିଇଓ ଶିବପ୍ରସାଦ ଯୋଶୀ, ରାମସିଂ ଭୋଇ, ବିଶିକେଶନ ଶତପଥୀ ଓ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ତରଣୀସେନ ସାହୁ ଉପସ୍ଥିତ ଥିଲେ । ଗୁଣାତ୍ମକ ଶିକ୍ଷାର ବିକାଶ ଦକ୍ଷତା ତଥା ନେତୃତ୍ୱ ବିକାଶ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଶିକ୍ଷଣ ସମ୍ବନ୍ଧରେ ଏବିଇଓ ଶ୍ରୀ ଯୋଶୀ, ଶ୍ରୀ ଭୋଇ ଓ ଶ୍ରୀ ଶତପଥୀ ସୂଚନା ପ୍ରଦାନ ପୂର୍ବକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାଧନ କର୍ମୀ ଭାବରେ ଦଶରଥ ବଡ଼ଗୁଛିଆ, ଶେଷଦେବ ସାହୁ ଓ ଭ୍ରମର ପଧାନ ଯୋଗ ଦେଇଥିଲେ ଓ ସେମାନେ ଏହି ଶିବିରରେ ୩ ଦିନ ଧରି ପ୍ରଶିକ୍ଷଣ ଦେବେ । ଏହି ଶିବିରରେ ସମୁଦାୟ ୪୦ ଜଣ ପ୍ରଧାନ ଶିକ୍ଷକ ଓ ୩ ଜଣ ଏବିଇଓ ଯୋଗଦାନ କରିଛନ୍ତି । ବିରଞ୍ଚି ବିଭାର ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ଫୁଲମତିପୁର ସିଆର୍ସିସି ହେମନ୍ତ ଛୁରା ବୈଷୟିକ ସହଯୋଗ କରିଥିଲେ ।