lika

ଖପ୍ରାଖୋଲରେ କୃଷି ସମ୍ପର୍କିତ କୃଷକ ତାଲିମ ଶିବିର : ମାଟି ପରୀକ୍ଷାକୁ ଗୁରୁତ୍ଵ

gbag

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତାଲିମ ଗୃହଠାରେ କୃଷି ବିଭାଗ ତରଫରୁ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା ରୂପେ ବଲାଙ୍ଗିର ଜିଲ୍ଲା ମୃତ୍ତିକା ବିଶେଷଜ୍ଞ ତଥା ସ୍ଵତନ୍ତ୍ର କପା ଚାଷ ବିଶେଷଜ୍ଞ ବିଶ୍ୱମ୍ବର ସାହୁ, ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ବାବୁଲି ଚରଣ ସେଠୀ, ଏଫ୍‌ଇଏସ୍‌ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଭିନ୍ନ ଫସଲ ଚାଷ ସହ କପା ଚାଷରେ ରୋଗ ପୋକ ନିୟନ୍ତ୍ରଣ ଓ ବିକ୍ରି ବଟା ଉପରେ ଆଲୋଚନା ହୋଇଥିଲା । ସେହିପରି ଚାଷ ପାଇଁ ମାଟି ପରୀକ୍ଷାକୁ ଗୁରୁତ୍ଵ ଦେବା ସହ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା, ଜୈବିକ କୃଷି, ସବୁଜ ଖତ ପ୍ରସ୍ତୁତି, ମାଟିର ଜୈବିକ ଉପାଦାନ ବୃଦ୍ଧି ଉପରେ ତାଲିମ ପ୍ରଦାନ କରାଯାଇଥିଲା । ତାଲିମ ଶିବିରରେ କୃଷି ମିତ୍ର, ଅଗ୍ରଣୀ ମହିଳା ପୁରୁଷ ଚାଷୀ ଉପସ୍ଥିତ ଥିଲେ । ଶେଷରେ ୱାଇସିଡିଏର ବ୍ଲକ୍ ସଂଯୋଜକ ହେମବତୀ ନନ୍ଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

babaa
Leave A Reply

Your email address will not be published.