oom

ଅଦ୍ୱିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ସୋନପୁର ପରିସରରେ ଜିଲ୍ଲା ସ୍ତରୀୟ ଅଦ୍ୱିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ୨ ଦିନିଆ ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନିଶି ପୁନମ ମିଞ୍ଜ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାସ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅନିତା ଗୁରୁ, ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ (ୟୁନିସେଫ ଓ ଆକ୍ସନଏଡ଼) ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ବୃନ୍ଦ ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ ପୋଷଣ ଖାଦ୍ୟ, ଆନିମିଆ, ବାଲ୍ୟ ବିବାହ ନିଷେଧ, ସ୍ୱଛତା, ଲିଙ୍ଗନିରୂପଣ ଏବଂ ଲିଙ୍ଗଗତ ବୈଷମ୍ୟ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ତାଲିମ ଶିବିରରେ ୟୁଏନ୍‌ଏଫ୍‌ପିଏରୁ ଭାରତୀ ମହାପାତ୍ର ଯୋଗଦାନ କରି ମହିଳା ସୁପରଭାଇଜର ଓ ସିଡିପିଓ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅଦ୍ୟ ତାଲିମ ଶିବିରରେ ୬ଟି ବ୍ଲକରୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗରୁ ସମସ୍ତ ସୁପରଭାଇଜର ଓ ସିଡିପିଓ ପ୍ରମୁଖ ଯୋଗଦାନ କରିଛନ୍ତି ।

jittmm
Leave A Reply

Your email address will not be published.