ଖରଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରଲିକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସାଧନକେନ୍ଦ୍ର ସଂଯୋଜକ ଗୋପାଳଜୀ ଚୌଧୁରୀଙ୍କ ଆବାହନ କ୍ରମେ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବରକୁ ଶିକାଛିଡା ଗ୍ରାମପଞ୍ଚାୟତ ସରପଂଚ ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ଏହି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ ବୁଡେକ, ଅକ୍ଷୟ ପାଢ଼ୀ, ହରେକୃଷ୍ଣ ରଥ, ସଂଯୁକ୍ତା ପାଣିଗ୍ରାହୀ ସମେତ ବହୁ ଅଭିଭାବକମାନେ ଯୋଗଦାନ କରିଥିଲେ । ପ୍ରତାପପୁର ଗ୍ରାମବାସୀ ଶିକ୍ଷକ ମାନଙ୍କର ସ୍କୁଲ ପ୍ରତି ଅବହେଳା କଥା ଅଭିଯୋଗ ମଧ୍ୟ କରିଥିଲେ । ସରପଂଚ ସମସ୍ତ ଶିକ୍ଷକ ଶିକ୍ଷିକାଙ୍କୁ ଆଗ୍ରହ ଓ ଶ୍ରଦ୍ଧାର ସହ ଶିକ୍ଷାଦାନ କରିବାକୁ ଅନୁରୋଧ କରିଥିବା ବେଳେ ଶିକ୍ଷକ ଶ୍ରୀ ରଥ କରୋନା ମହାମାରୀରେ ଭୁଶୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାରେ କେମିତି ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଭାଷା ଶିକ୍ଷାଦାନ ଦିଆଯିବ ସେ ବିଷୟରେ କହିଥିଲେ ।

Leave A Reply

Your email address will not be published.