ସୁବର୍ଣ୍ଣପୁର ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟଠାରେ ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.କିରଣବାଳା ଦାସଙ୍କ ପରିଚାଳନାରେ ଆୟୋଜିତ ଉଦ୍‌ଘାଟନୀ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗଦେଇ ମହିଳାଙ୍କ ପାଇଁ ଆତ୍ମ ସୁରକ୍ଷା ଆଜିର ଦିନରେ ଏକ ବଡ ଆହ୍ବାନ ବୋଲି କହିବା ସହ ଉଭୟ ମାନସିକ ଓ ଶାରିରୀକସ୍ତରରେ ଆମକୁ ଦୃଢ ରହିବାକୁ ହେବ ବୋଲି କହିଛନ୍ତି । ଆସନ୍ତା ୧୨ ତାରିଖ ଯାଏଁ ହେବାକୁ ଥିବା ଏହି ଆତ୍ମ ସୁରକ୍ଷା ତାଲିମ ଶିବିରରେ ନିହାରିକା ମେଣ୍ଡିଲି, ନିବେଦିତା ମିଶ୍ର ଓ ଶ୍ବେତା ମହାପାତ୍ର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କଳା କୌଶଳର ତାଲିମ ଦେଇଛନ୍ତି ।

Leave A Reply

Your email address will not be published.